ଅର୍ଥନୈତିକ ପ୍ରଗତିରେ ଆଧ୍ୟାତ୍ମିକତାର ଭୂମିକା କ’ଣ ? ନିଜ ବକ୍ତବ୍ୟ ରଖିଲେ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ମୁକୁନ୍ଦାନନ୍ଦଜୀ ମହାରାଜ . . . . । ଓଡିଶାର ବିକାଶ ଆହୁରି କ୍ଷୀପ୍ର ହେବ ଏବଂ ଦିନେ ଏକ ଟ୍ରିଲିୟନ୍ ଅର୍ଥବ୍ୟବସ୍ଥା ଛୁଇଁବ

242

କନକ ବ୍ୟୁରୋ : ଅର୍ଥନୈତିକ ପ୍ରଗତିରେ ଆଧ୍ୟାତ୍ମିକତାର ଭୁମିକା କ’ଣ ? ଏପ୍ରସଙ୍ଗରେ ନିଜର ମତ ରଖିଛନ୍ତି ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ମୁକୁନ୍ଦାନନ୍ଦ । ସେ କହିଛନ୍ତି, ଓଡ଼ିଶାର ଇତିହାସ ଅତ୍ୟନ୍ତ ଗୌରବଶାଳୀ ।  ଓଡିଶାର ବିକାଶ  ଆହୁରି କ୍ଷୀପ୍ର ହେବ ।  ଦିନେ ଏକ ଟ୍ରିଲିୟନ୍ ଅର୍ଥବ୍ୟବସ୍ଥାକୁ ଛୁଇଁବ ଓଡିଶା । ହେଲେ ଏହାରି ଭିତରେ ସବୁଠାରୁ ବଡ଼ କଥା ହେଲା ବିକାଶ ପାଇଁ ପରିବେଶ ଦୂଷିତ ନହେଉ ।  ବିକାଶ କଥା କହିଲା ବେଳେ ସଂସ୍କୃତି ପ୍ରତି ସଚେତନ ରହିବା ଜରୁରୀ  ।

ଆମ ସଂସ୍କୃତି ଆଧ୍ୟାତ୍ମିକ କେନ୍ଦ୍ରୀତ। ବ୍ୟକ୍ତିତ୍ୱ ନିର୍ମାଣରେ ଓ ବିକାଶରେ ଆଧ୍ୟାତ୍ମିକତାର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପରିଭାଷାରେ ତ୍ରୁଟି ରହିଲେ ବିକାଶ ଅସମ୍ଭବ । କର୍ମ ସୁଧାରିବାକୁ ହେଲେ ବିଚାରକୁ ସୁଧାରିବାକୁ ପଡ଼ିବ । ଆତ୍ମନିର୍ମାଣ ପାଇଁ ସମସ୍ତେ ନିଜ ବିଚାରକୁ ଉକ୍ରୃଷ୍ଟ କରିବାକୁ ହେବ । ଆଧ୍ୟାତ୍ମିକତା ପାଇଁ ଆତ୍ମ ଅନୁଶାସନ ଜରୁରୀ  । ନିଜ କର୍ତ୍ତବ୍ୟ ସବୁବେଳେ ଠିକ୍ ରୂପେ କରିବା ଜରୁରୀ । ମାତା ପିତାଙ୍କ ଆଚରଣ ପିଲାଙ୍କ ଉପରେ ପଡ଼େ ବୋଲି କହିଛନ୍ତି ।