ମା’କୁ ଖୋଜୁଛି ମୁକେଶ ! କନ୍ଧମାଳ କରୁଣ କାହାଣୀର କୁନି ଚରିତ୍ର . . .

30

ଶୁଦ୍ଧିକ୍ରିୟାର ସମୟ ଗଡିଯାଇଛି । ସରକାରଙ୍କ ତଦନ୍ତ ଚାଲିଛି । ବାଲିଗୁଡାରେ ପହଂଚି ଚାରିଜଣ ବଡବାବୁ ଆଙ୍କିଲେଣି ବିକାଶର ନକ୍ସା । ଗଣମାଧ୍ୟମରେ ମଧ୍ୟ ହୋହଲ୍ଲା ଟିକେ କମିଗଲାଣି । ହେଲେ ଗୁମୁଡୁମାହା କିନ୍ତୁ କହିବା ବନ୍ଦ କରିନି ତାର କରୁଣ କାହାଣୀ । କାରଣ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୫ ଜଣ ସିନା ମରିଗଲେ, ହେଲେ କାନ୍ଦୁଛନ୍ତି ଅନେକ । ଜଣେ ଗୁଳି ଖାଇ ମାଆକୁ ବଂଚାଇଥିଲା, ଆଉ ଜଣଙ୍କ ଆଖି ଆଗରେ ଟଳିପଡିଲା ମା’ । କନ୍ଧମାଳ କରୁଣ କାହାଣୀରେ ଇତିହାସ ପାଲଟି ଯାଇଥିବା କୁନି ଚରିତ୍ରକୁ ଆପଣ ଦେଖିଥିଲେ । ଆଜି ଦେଖନ୍ତୁ ମା’ ଛେଉଣ୍ଡ ୧୩ ମାସର ମୁକେଶର କାହାଣୀ । ଯିଏ ବଂଚି ରହିଯାଇଛି ଗୁମୁଡୁମାହା ଗୁଳିକାଣ୍ଡର ସାକ୍ଷୀ ହୋଇ ।