ଅମ୍ବାନୀଙ୍କ ବନ୍ଦ ଲଫାପା ! କୌଳିକ ପଣ୍ଡାଙ୍କୁ ବନ୍ଦ ଲଫାପାରେ କଣ ଦେଲେ ମୁକେଶ ଅମ୍ବାନୀ, ଜୋର ଧରିଲା ଚର୍ଚ୍ଚା

ଜଗନ୍ନାଥଙ୍କୁ ଦେଲେ ଝିଅ ବାହାଘର ନିମନ୍ତ୍ରଣପତ୍ର, ନେଲେ ଗୁଆ ଓ ଆଜ୍ଞାମାଳ

1,988

କନକ ବ୍ୟୁରୋ: ରିଲାଏନଓ ଇଣ୍ଡଷ୍ଟିର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ପୁରୀ ଗସ୍ତକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗତକାଲି ମେକ ଇନ ଓଡିଶା କନକ୍ଲେଭରେ ଯୋଗଦେବାକୁ ଆସି ଅମ୍ବାନୀ ପ୍ରଥମ ଥର ଲାଗି ପୁରୀ ଯାଇଥିଲେ । ଆଉ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ସେ ସେବାୟତଙ୍କୁ କଣ ଦେଲେ ସେ ନେଇ ଏବେ ବଢିଯାଇଛି ଉକ୍ରଣ୍ଠା । ପୁରୀରେ ଗତକାଲି ଅମ୍ବାନୀ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ପ୍ରାୟ ଅଧଘଂଟା ରହିଥିଲେ । ଏହି ସମୟ ମଧ୍ୟରେ ସେ ଦୁଇଟି ଜିଓ ଲେଖା ଥିବା ଦୁଇଟି ଲଫାପା ପଣ୍ଡାଙ୍କୁ ଦେଇଥିଲେ । ଗାରଦ ଦ୍ୱାର ଦେଇ ମୁକେଶ ଅମ୍ବାନୀଙ୍କୁ ଭିତରକାଠ ନିକଟକୁ ନିଆଯାଇଥିଲା ଓ ସେଠାରେ ସେ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଥିଲେ ସାଥୀରେ ଆଣିଥିବା ଝିଅ ଈଶାଙ୍କ ବାହାଘର ନିମନ୍ତ୍ରଣପତ୍ର ପଣ୍ଡାଙ୍କ ହାତକୁ ଦେଇଥିଲେ ।

ବହୁ ଚର୍ଚ୍ଚିତ ଏହି ନିମନ୍ତ୍ରଣପତ୍ରକୁ ଖୋଲାଯାଇ ମହାପ୍ରଭୂଙ୍କ ପାଖରେ ଲାଗି କରାଯାଇଥିଲା । ଭିତରକାଠ ନିକଟରେ ପଣ୍ଡା ଅମ୍ବାନୀଙ୍କ ମୁଣ୍ଡରେ ହାତରଖି ଆଶୀର୍ବାଦ କରିଥିଲେ । ଅମ୍ବାନୀ ମଧ୍ୟ ଏକ ଧଳା ରଙ୍ଗର ଲଫାପାରେ ପଣ୍ଡାଙ୍କୁ ପ୍ରଣାମି ଦେଇଥିଲେ । ମହାଲକ୍ଷୀ ମନ୍ଦିରରେ ଗର୍ଭଗୃହକୁ ଯାଇ ମାଙ୍କ ଦର୍ଶନ କରିଥିଲେ । ଦସ୍ତଖତ ଖାତାରେ ସ୍ୱର୍ଗୀୟ ପିତା ଧୀରୁଭାଇ ଅମ୍ବାନୀ ଓ ସାନଭାଇ ଅନୀଲ ଅମ୍ବାନିଙ୍କ ଦସ୍ତଖତ ଥିବା ଦେଖି ଖୁସି ହୋଇଯାଇଥିଲେ ଦେଶର ସବୁଠାରୁ ବଡ ଧନୀ ଓ ବଡ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ।

ଗସ୍ତ ସମୟରେ କୌଳିକ ପଣ୍ଡା ରଘୁନାଥ ଗୋଚ୍ଛିକାରଙ୍କୁ ମଧ୍ୟ ଏକ ଧଳା ଲଫାପାରେ ଦକ୍ଷିଣା ଦେଇଥିବା ଜଣାପଡିଛି । ତେବେ ଜିଓ ଲେଖାଥିବା ଦୁଇଟି ଲଫାଫାରେ କଣ ଥିଲା ସେ ନେଇ ସମସ୍ତଙ୍କ ଉକ୍ରଣ୍ଠା ବଢିଯାଇଛି । ଏହି ଜୁଇ ଲଫାପାରେ ପ୍ରକୃତରେ କଣ ଥିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳୁନାହିଁ । କିନ୍ତୁ ଏଥିରେ ପ୍ରକୃତରେ କଣ ଥିଲା ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏଥିରେ ସୁନା କଏନ ଓ ଚେକ୍ ଥିବା ନେଇ ଚର୍ଚ୍ଚା ହେଉଛି ।