କେବଳ ଆର୍ଥୀକ କ୍ଷେତ୍ରରେ ନୁହଁ ମନରୁ ମଧ୍ୟ ଧନୀ ରିଲାଏନ୍ସ ମୁଖ୍ୟ ! ଗରିବ ପିଲାଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଦାନ କଲେ ୪୩୭ କୋଟି ଟଙ୍କା ।

181

ଦେଶର ସବୁଠାରୁ ବଡ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ୍ ଅମ୍ବାନୀ ଧନୀ ହେବା ସହ ଦାନ ଦେବା ଏବଂ ପରୋପକାର କରିବାରେ ମଧ୍ୟ ଦେଶର ସବୁ ବ୍ୟବସାୟୀଙ୍କୁ ପଛରେ ପକାଇଛନ୍ତି । ରବିବାର ହୁରନ୍ ସଂସ୍ଥା ତରଫରୁ ହୋଇଥିବା ହୁରନ୍ ଇଣ୍ଡିଆ ପରୋପକାର ସୂଚୀରେ ମୁକେଶ୍ ଅମ୍ବାନୀଙ୍କୁ ପ୍ରଥମ ସ୍ଥାନ ମିଳିଛି । ଏହି ସୂଚୀ ମୁତାବକ ମୁକେଶ୍ ଅମ୍ବାନୀ ୨୦୧୭-୧୮ ର ମଧ୍ୟଭାଗରେ ୪୩୭ କୋଟି ଟଙ୍କା ଦାନ ଦେଇଛନ୍ତି । ତେବେ ଏହି ସଂସ୍ଥାରେ ଦାନ ଦେଉଥିବା ଲୋକଙ୍କ ମଧ୍ୟରେ ୧୦ କୋଟିରୁ ଅଧିକ ଟଙ୍କା ଦାନ ଦେଇଥିବା ଲୋକଙ୍କ ନାଁ ବି ସାମିଲ ରହିଛି । ଏଥିରେ ୩୯ ଲୋକଙ୍କ ନାଁ ସାମିଲ ରହିଛି । ଏଥିରେ ଦ୍ୱିତୀୟ ସ୍ଥାନ ରଖିଛନ୍ତି ପିରାମିଲ୍ ସମୂହର ଚେୟାରମ୍ୟାନ୍ ଅଜୟ ପିରାମଲ୍ । ଏହି ସଂସ୍ଥାକୁ ଅଜୟ ୨୦୦ କୋଟି ଟଙ୍କା ଦାନ କରିଛନ୍ତି ।

ରିଲାଏନ୍ସ ଫାଉଣ୍ଡେସନ୍ କରେ ଦାନର କାର୍ଯ୍ୟ : ଆପଣଙ୍କୁ କହିରଖୁଛୁ କି ମୁକେଶ ଅମ୍ବାନୀ ରିଲାଏନ୍ସ ଫାଉଣ୍ଡେସନ୍ ମାଧ୍ୟମରେ ପରୋପକାର କରି ଆସୁଛନ୍ତି । ତାଙ୍କର ଏହି ସଂସ୍ଥା ଶିକ୍ଷା,ସମାଜ,ଗ୍ରାମୀଣ ବିକାଶ ଏବଂ ସ୍ୱାସ୍ଥ୍ୟ ସୁବିଧା କ୍ଷେତ୍ର ପାଇଁ କାର୍ଯ୍ୟ କରିଥାଏ ।