୮.୫ କୋଟି ଟଙ୍କାର କାର୍ ଚଢନ୍ତି ଏସିଆର ସବୁଠାରୁ ଧନୀ ବ୍ୟକ୍ତି ! ସେନା ବନ୍ଧୁକ ଏବଂ ଗୁଳିଗୋଳାକୁ ମାତ୍ ଦେବ ଅମ୍ବାନୀଙ୍କ କାର୍ ।

67

ଏସିଆର ୧୦ ଜଣ ଧନୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସର୍ବାଗ୍ରେ ରହିଛନ୍ତି ଭାରତର ମୁକେଶ ଅମ୍ବାନୀ । ଯେହେତୁ ଧନଶାଳୀ ବ୍ୟକ୍ତି ତେଣୁ ତାଙ୍କ ସଉକ ମଧ୍ୟ କିଛି ଖାସ୍ ରହିବା ଦରକାର । ନିକଟରେ ମୁକେଶଙ୍କ ୬୧ ତମ ଜନ୍ମଦିନ ଶେଷ ହୋଇଯାଇଛି । ମୁକେଶ ନିଜ ସୁରକ୍ଷାକୁ ସବୁବେଳେ ପ୍ରାଧାନ୍ୟ ଦେଇଥାନ୍ତି ଏବଂ ଯାତାୟତ କ୍ଷେତ୍ରରେ ସେ ଟିକେ ଅଧିକ ସତର୍କତା ଅବଲମ୍ବନ କରିନ୍ତି ତେଣୁ ସୁରକ୍ଷା ବଳୟ ସହ ୮.୫ କୋଟି ଟଙ୍କାର କାର୍ ଚଢି ସେ ଯାତାୟତ କରନ୍ତି । ତେବେ ଆସନ୍ତୁ ଜାଣିବା ମୁକେଶଙ୍କ ଦାମୀକାର୍ ଭିତରେ ଆଉ କ’ଣ ସୁବିଧା ରହିଛି ।
ବିଏମଡବ୍ଲ୍ୟ ଆମର୍ଡ ୭୬୦ ଏଲଆଇରେ ମୁକେଶ ଯାତାୟତ କରୁଥିବା ଏହି କାରର ବିଶେଷତା ହେଉଛି କାରରେ ବସିଥିବା ସମୟରେ ସେନା ବନ୍ଧୁକ ହେଉ କିମ୍ବା କୌଣସି ଗୁଳିଗୋଳା କାରରେ ବସିଥିବା ଲୋକର କିଛି କ୍ଷତି ହୋଇନଥାଏ । ଏହି କାରର୍ ଦାମ୍ ୨.୫ କୋଟି ହୋଇଥିବାବେଳେ ମୁକେଶ ଏହାକୁ ନିଜ ପାଇଁ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଇଛନ୍ତି ଯାହାର ଦାମ୍ ୮.୫ କୋଟି ।
ଏହି କାରରେ ଭିଆର୍ -୭ ବେଲିଷ୍ଟିକ ଦିଆଯାଇଥିବା ବେଳେ ଏହାର ସବୁ ୱିନଡୋ ବୁଲେଟ୍ ପ୍ରୁଫ୍ ଥିବା ବେଳେ ଏହାର ଓଜନ ୧୫୦ କିଲୋ । ଏହି କାରକୁ ମିଲିଟାରୀର ୧୭ କିଲୋ ଟିଏନଟି ବ୍ଲାଷ୍ଟ କରାଇ ପରୀକ୍ଷା କରାଯିବା ସହ ଲାଣ୍ଡମାଇନ ବ୍ଲାଷ୍ଟ କରାଇ ମଧ୍ୟ ପରୀକ୍ଷା କରାଯାଇଛି । କାର୍ ଉପରେ କ୍ୟାମିକାଲ୍ ଆଟାକର ମଧ୍ୟ କୌଣସି ଫରକ ପଡିନାହିଁ । ଏହି କାରର ଇଞ୍ଚିନ୍ ଟାଙ୍କି ସେଲ୍ଫ ସିଲିଙ୍ଗ କେବଲ ମାଧ୍ୟମରେ ପ୍ରସ୍ତୁତ କରାଯାଇଥିବାରୁ ଏଥିରେ ନିଆଁ ଲାଗିବାର ମଧ୍ୟ ଡର ନାହିଁ । କ୍ୟାମିକାଲ୍ ଆଟାକ ସମୟରେ ଏଥିରେ ଥିବା ଅକ୍ସିଜେନ୍ ସିଲିଣ୍ଡର ବ୍ୟବହାର କରାଯାଇପାରିବ ।
ଏହି କାରର ଟାୟାରକୁ ମଧ୍ୟ ଖାସ୍ ଉପାୟ ଅବଲମ୍ବନ କରି ପ୍ରସ୍ତୁତ କରାଯାଇଛି । ଟାୟାର ଉପରେ ଗୁଳିର ମଧ୍ୟ କୌଣସି ଫରକ ପଡିବନି । ଏଥିରେ ୬.୦ ଲିଟରର ଭି୧୨ ପେଟ୍ରୋଲ ଇଞ୍ଚିନ୍ ଦିଆଯାଇଛି । ଏହି କାରକୁ ସେଟେଲାଇଟରୁ ମଧ୍ୟ ଟ୍ରାକ୍ କରିହେବ ।