ଓଡିଶାରେ ଜିଓ ମାଲିକ । ମେକ ଇନ ଓଡିଶା କନକ୍ଲେଭରେ ସାମିଲ ହେବାକୁ ଭୁବନେଶ୍ୱରରେ ପହଂଚିଲେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ

ଅପରାହ୍ନରେ ଶ୍ରୀକ୍ଷେତ୍ର ଯାଇ ଅମ୍ବାନୀ ମହାପ୍ରଭୁଙ୍କ ଦର୍ଶନ କରିବେ

233

କନକ ବ୍ୟୁରୋ: ଓଡିଶାରେ ଜିଓ ମାଲିକ ମୁକେଶ ଅମ୍ବାନୀ । ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅଂମ୍ବାନୀ । ରହିଛି । ଆଜି ଅନୁଷ୍ଠିତ ହେବାକୁ ଥିବା ପ୍ଲେନାରୀ ସେସନରେ ସାମିଲ ହୋଇ ମୁକେଶ ଅମ୍ବାନୀ ଉଦବୋଧନ ଦେବେ । ଏହାପରେ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅଂମ୍ବାନୀ । ଅପରାହ୍ନରେ  ଶ୍ରୀକ୍ଷେତ୍ର ଯାଇ ଅମ୍ବାନୀ  ମହାପ୍ରଭୁଙ୍କ ଦର୍ଶନ କରିବେ । ଏହି ଅବସରରେ ସେ ନିଜ ଝିଅର ବାହାଘର ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କୁ ଦେବେ ବୋଲି ସୂଚନା ମିଳିଛି ।

ତେବେ ଅମ୍ବାନୀ ଭିତର କାଠ ନିକଟରୁ ଠାକୁରଙ୍କୁ ଦର୍ଶନ କରିବେ ଗର୍ଭଗୃହକୁ ଯିବେନାହିଁ । ଆଜି ପୂର୍ବାହ୍ନରେ ମୁକେଶ ଅମ୍ବାନୀ ଭୁବନେଶ୍ୱରରେ ମେକ ଇନ ଓଡିଶା କନକ୍ଲେଭ କାର୍ଯ୍ୟକ୍ରମରେ ସାମିଲ ହୋଇ ଅପରାହ୍ନରେ ପୁରୀ ଯିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ମୁକେଶ ଅମ୍ବାନୀଙ୍କୁ ଆତିଥ୍ୟ ଦେବା ପାଇଁ ମନ୍ଦିର ପ୍ରଶାସନ ସବୁ ପ୍ରକାର ବନ୍ଦୋବସ୍ତ ହୋଇସାରିଛି । ଅନ୍ୟପଟେ ତାଙ୍କ ଗସ୍ତକୁ ନେଇ ରିଲାଏନ୍ସ କଂପାନୀ ପକ୍ଷରୁ ପୁଲିସକୁ ସୁରକ୍ଷା ମଗାଯାଇଛି । ସେହିପରି ଅମ୍ବାନୀଙ୍କ ଠାକୁର ଦର୍ଶନ କିପରି ଶୃଙ୍ଖଳିତ ହେବ ସେ ନେଇ ମନ୍ଦିର ପ୍ରଶାସନ ସହ ପୁରୀ ଜିଲ୍ଲାପାଳ ମଧ୍ୟ ଆଲୋଚନା କରିଛନ୍ତି ।