ଦୁନିଆର ଟପ୍ ୧୦ ଧନୀ ତାଲିକାରେ ସାମିଲ ହେଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ, ଶୀର୍ଷରେ ଆମାଜନ୍ ମୁଖ୍ୟ ଜେଫ୍ ବେଜୋସ୍

98

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଦୁନିଆର ୧୦ ସବୁଠାରୁ ଧନୀ ତାଲିକାରେ ସାମିଲ ହୋଇଯାଇଛନ୍ତି । ତାଙ୍କ ପାଖରେ ୫୪ ଅରବ ଡଲାର(୩.୮୩ ଲକ୍ଷ କୋଟି ଟଙ୍କା)ର ସମ୍ପତ୍ତି ଅଛି । ଦ ହୁରୁନ୍ ଗ୍ଲୋବାଲ ରିଚ୍ ଲିଷ୍ଟ ୨୦୧୯ରେ ସବୁଠାରୁ ଶୀର୍ଷରେ ଲଗାତାର ଦ୍ୱିତୀୟ ବର୍ଷରେ ଆମାଜନ୍ ମୁଖ୍ୟ ଜେଫ ବେଜୋସ୍ ଅଛନ୍ତି । ମୁକେଶ ଅମ୍ବାନୀ ଧନୀଙ୍କ ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି । ଅମ୍ବାନୀଙ୍କ ରିଲାଏନ୍ସରେ ପାଖାପାଖି ୫୨% ସେୟାର ଅଛି ।

ଅନ୍ୟ ଭାରତୀୟ ଧନୀ ହେଉଛନ୍ତି-ହିନ୍ଦୁଜା ଗ୍ରୁପ୍ ଚେୟାରମ୍ୟାନ୍ ଏସପି ହିନ୍ଦୁଜା(୨୧ ଅରବ ଡଲାର), ୱିପ୍ରୋ ଚେୟାରମ୍ୟାନ୍ ଅଜିମ୍ ପ୍ରେମଜି(୧୭ ଅରବ ଡଲାର) । ପୁନାୱାଲା ସମୂହର ଚେୟାରମ୍ୟାନ୍ ସାଇରସ୍ ଏସ୍ ପୁନାୱାଲା ୧୩ ଅରବ ଡଲାର ସମ୍ପତ୍ତି ସହିତ ଭାରତୀୟଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ଅଛନ୍ତି ।