ଜିଓ ବଢାଇଲା ସମ୍ପତି ! ମୁକେଶ୍ ଅମ୍ବାନୀ ହେଲେ ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତି

39

ଦିନକୁ ଦିନ ବଢିବାରେ ଲାଗିଛି ମୁକେଶ୍ ଅମ୍ବାନୀଙ୍କ ସମ୍ପତି । ଜିଓର ଶସ୍ତା ଅଫର୍ ମୁକେଶଙ୍କୁ ବନାଇଛି ସବୁଠାରୁ ଧନୀ ବ୍ୟକ୍ତି  । ବର୍ତ୍ତମାନ ମୁକେଶ୍ ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତି ପାଲିଟିଯାଇଛନ୍ତି । ସମ୍ପତିରେ ମୁକେଶ୍ ଚୀନର ଲି କା ସିଙ୍ଗଙ୍କୁ ପଛରେ ପକାଇ ଏହି ସ୍ଥାନ ଅକ୍ତିଆର୍ କରିଛନ୍ତି । ତେବେ ପ୍ରଥମ ସ୍ଥାନରେ ଅଛନ୍ତି ଆଲିବାବା ଗ୍ରୁପର ଜେକ୍ ମା ଅଛନ୍ତି ।

ରିପୋର୍ଟ ମୂତାବକ, ମୁକେଶଙ୍କ ସମ୍ପତିରେ ୧୨.୫ ଅରବ ଡଲାରର ବୃଦ୍ଧି ହୋଇଛି । ଫଳରେ ମୁକେଶଙ୍କ ବର୍ତ୍ତମାନ ସମ୍ପତିର ପରିମାଣ ୩୫.୨ ଅରବ ଡଲାର୍ ହୋଇଯାଇଛି । ଧନୀ ବ୍ୟକ୍ତିଙ୍କ ତାଲିକାର ପ୍ରଥମ ସ୍ଥାନରେ ଥିବା ଆଲିବାବା ଗ୍ରୁପର ମାଲିକ ଜେକ୍ ମାଙ୍କ ସମ୍ପତି ହେଉଛି ୪୩.୭ ଅରବ ଡଲାର୍ । ୨୦୧୭ରେ ଜେକ୍ ମାଙ୍କ ସମ୍ପତିରେ ୧୦.୪ ଅରବ ଡଲାର୍ ବୃଦ୍ଧି ହୋଇଛି ।

ତେବେ ବିଶ୍ୱର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ମୁକେଶ୍ ୪ର୍ଥ ନମ୍ବରରେ ଅଛନ୍ତି । ପ୍ରଥମ ସ୍ଥାନରେ ଫେସବୁକ୍ ମାଲିକ ମାର୍କ ଜକରବର୍ଗ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଇ-କମର୍ସ ସାଇଟ୍ ଆମାଜନର ମାଲିକ ଜେକ୍ ବେଜୋସ୍ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ମେକ୍ସିକୋର ବ୍ୟବସାୟୀ କାର୍ଲୋସ୍ ଅଛନ୍ତି ।

ଗତ ବର୍ଷ ସେପ୍ଟେମ୍ବରରେ ମୁକେଶ୍ ଅମ୍ବାନୀ ଜିଓ ଲଂଚ୍ କରିଥିଲେ । ଶସ୍ତା ଅଫର୍ ଏବଂ ଲୋଭନୀୟ ପ୍ଲାନ୍ ଯୋଗୁଁ ବର୍ତ୍ତବାନ ଜିଓ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୧୦ କୋଟି ଟପି ସାରିଲାଣି । ୨୧ ଜୁଲାଇରେ ଶସ୍ତା ଜିଓ ଫୋନ୍ ଲଂଚ୍ କରିବାକୁ ଘୋଷଣା କରିଛନ୍ତି ମୁକେଶ୍ । ତେଣୁ ଅନୁମାନ କରାଯାଉଛି ଏହି ଫୋନ୍ ବଜାରକୁ ଆସିବା ପରେ ତାଙ୍କ ସମ୍ପତିର ପରିମାଣ ଆହୁରି ବଢିପାରେ ।