ଶ୍ରୀକ୍ଷେତ୍ରରେ ବିଭତ୍ସ ହତ୍ୟାକାଣ୍ଡ ! ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ଯୁବକଙ୍କୁ ହାଣି ହତ୍ୟା କଲେ ଦୁର୍ବୃତ

42

କନକ ବ୍ୟୁରୋ: ପୁରୀ ଚନ୍ଦନପୁରରେ ବିଭତ୍ସ ହତ୍ୟାକାଣ୍ଡ । ମାଳତୀ ପାଟପୁର ଜଗନ୍ନାଥ ବଲ୍ଲଭ ଛକ ନିକଟରେ ରାସ୍ତା ମଝିରେ ଯୁବକଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ହାଣିଲେ ୪ଜଣ ଦୁର୍ବୃତ । ମୃତ ଯୁବକ ହରେକୃଷ୍ଣପୁର ଗୋଲାସାହିର ଅର୍ଜୁନ ବରାଳ ବୋଲି ଜଣାପଡିଛି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ଏହା ଏକ ସୁପରକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରିଛି ପୁଲିସ୍ । ପୁରୀ ସଦର ଥାନା ପୁଲିସ ପହଁଚି ଅଧିକ ଛାନଭିନ୍ କରୁଛି ।

ମିଳିଥିବା ସୂଚନା ଅନୁଯାୟୀ, କାଠ ବ୍ୟବସାୟ କରୁଥିବା ଶ୍ରୀ ବରାଳ ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ତାଙ୍କ ଝିଅକୁ ସ୍କୁଲାରେ ଛାଡ଼ି ନିଜ ଓଆର ୧୩ ଡି ୧୪୧୦ ନମ୍ବର ବିଶିଷ୍ଟ ମୋଟର ସାଇକେଲରେ ଘରକୁ ଫେରୁଥିବା ବେଳେ ଜଗନ୍ନାଥ ବଲ୍ଲଭ ରାସ୍ତାରେ ପୂର୍ବରୁ ଛକି ରହିଥିବା ଚାରି ଜଣ ଯୁବକ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥଲେ । ଗୋଟାଏ ପରେ ଗୋଟଏ ଚୋଟ ବାଜିବା ପରେ ଶ୍ରୀ ବରାଳ ମୋଟର ସାଇକେଲରୁ ପଡ଼ି ଯାଇଥିଲେ । ତଥାପି ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆଖଣ୍ଡଳମଣି ମନ୍ଦିର ସାମ୍ନାରେ ଖଣ୍ଡାରେ ହାଣି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।