ଧୋନୀଙ୍କ ଭାଇରାଲ୍ ଫଟୋ ! ମହାମୁକାବିଲା ପୂର୍ବରୁ ପାକିସ୍ତାନ୍ କ୍ୟାପଟେନଙ୍କ ପୁଅ ସହ ଫଟୋ ଉଠାଇଲେ ମାହି

38

କନକ ବ୍ୟୁରୋ : ମ୍ୟାଚ୍ ବେଳେ ଫିଲ୍ଡିଂ ଭିତରେ ପ୍ରତିପକ୍ଷ ସହ ହୁଏ ସଂଘର୍ଷପୂର୍ଣ୍ଣ ଲଢେଇ । ମ୍ୟାଚ ହାତେଇବା ପାଇଁ ହୁଏ ଖେଳାଳିମାନଙ୍କ ମଧ୍ୟରେ କଡା ଟକ୍କର । ଆଉ ପଡିଆର ଆର ପାଖରେ ଖେଳିଳାମାନଙ୍କର ରହିଛି ଅନ୍ୟ ଏକ ଦୁନିଆ । ଯାହା ସ୍ପଷ୍ଟ କରୁଛି, ଟିମ୍ ଇଣ୍ଡିଆ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କର ଏହି ଫଟୋ । ମାହି ଧରିଥିବା ଶିଶୁଟି ହେଉଛି ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ତାନ କ୍ରିକେଟ୍ ଟିମ୍ କ୍ୟାପଟେନ୍ ସରଫରାଜ୍ ଅହମଦଙ୍କ ପୁଅ ଅବଦୁଲ୍ହା ।

ଧୋନୀଙ୍କର ଏହି ଫଟୋକୁ ନେଇ ରିପୋର୍ଟ କରିଛି ପାକିସ୍ତାନର ଏକ ଗଣମାଧ୍ୟମ ‘ଦ ଡନ’ । ମାହିଙ୍କ ଫଟୋ ବୟାନ କରୁଛି ଯେ, ପଡିଆରେ ଇଣ୍ଡିଆ-ପାକିସ୍ତାନ୍ ଦୁଇ ପ୍ରତିଦ୍ୱନ୍ଦି ହେଲେ ମଧ୍ୟ ଖେଳାଳିଙ୍କ ଭିତରେ ରହିଛି ଉତ୍ତମ ସମ୍ପର୍କ । ଗତକାଲି ଧୋନୀ ଉଠାଇଥିବା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯାହାକୁ ନେଇ ଉଭୟ ଭାରତ ଓ ପାକିସ୍ତାନର କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି ।