ଫିଲ୍ମ “ଏମ୍ଏସ୍ ଧୋନୀ : ଦ ଅନଟୋଲ୍ଡ ଷ୍ଟୋରୀ”ର ସଫଳତା : ମହାରାଷ୍ଟ୍ର ଓ ଛତିଶଗଡରେ ଫିଲ୍ମକୁ ମିଳିଲା ଟ୍ୟାକ୍ସ ଛାଡ

44

533963-dhoni-reviewଭାରତର ସଫଳତମ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍ ଫିଲ୍ମ “ ଏମ୍ଏସ ଧୋନୀ : ଦ ଅନଟୋଲ୍ଡ ଷ୍ଟୋରୀ” ବଡ ପରଦାରେ ରିଲିଜ ହୋଇ ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟିବାରେ ଲାଗିଛି ।

source-inshort news

ଏହି ଫିଲ୍ମକୁ ପ୍ରଥମେ ଝାଡଖଣ୍ଡ ଓ ଉତର ପ୍ରଦେଶ ଟ୍ୟାକ୍ସ ଫ୍ରି ଘୋଷଣା କରିଥିଲେ ଏବଂ ଏବେ ଆଉ ଦୁଇଟି ରାଜ୍ୟ ମହାରାଷ୍ଟ୍ର ଓ ଛତିଶଗଡ ମଧ୍ୟ ଫିଲ୍ମର ଟ୍ୟାକ୍ସ ଛାଡ କରିଛନ୍ତି । ନୀରଜ ପାଂଡେଙ୍କ ଦ୍ୱାରା ନିର୍ଦେଶିତ ଏହି ଫିଲ୍ମଟି ଗୁରୁବାର ଯାଏ ସାରା ଦେଶରେ ୯୪.୧୩ କୋଟିର ବ୍ୟବସାୟ କରିଥିବା ଜଣାପଡିଛି ।

ଫିଲ୍ମଟିରେ ସୁଶାନ୍ତ ସିଂ ରାଜପୁତ, କିଆରା ଆଡୱାନୀ , ଦିଶା ପଟାନି , ଇତ୍ୟାଦି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।