ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେନି ଧୋନୀ। ବିିସିସିଆଇକୁ ଜଣାଇଲେ ମାହି। ଆଗାମୀ ୨ ମାସ କ୍ରିକେଟରୁ ଦୂରେଇ ରହିବାକୁ ନିଷ୍ପତ୍ତି

452

କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେନି ମହେନ୍ଦ୍ର ସିଂ ଧୋନୀ । ବିିସିସିଆଇକୁ ଏନେଇ ସଫା ସଫା ଜଣାଇଦେଇଛନ୍ତି ଧୋନୀ । ଆଗାମୀ ୨ ମାସ ପର୍ଯ୍ୟନ୍ତ ସେ କ୍ରିକେଟରୁ ଦୁରେଇ ରହିବାକୁ ନିଷ୍ପତି ନେଇଛନ୍ତି । ତେବେ ପାରାମିଲିଟାରୀ ରେଜିମେଂଟରେ ଯୋଗଦେବେ ମାହି । ୨୦୧୯ ବିଶ୍ୱକପ କ୍ରିକେଟରେ ଧିମା ବ୍ୟାଟିଂ ପରେ ପରେ କ୍ରିକେଟରୁ ଧୋନୀ ବିଦାୟ ନେବେ ବୋଲି ଚର୍ଚ୍ଚା ହେଉଥିଲା ।

ସେପଟେ, କ୍ରିକେଟ୍ ଜଗତରୁ ଏବେ ଅବସର ନେଉନାହାଁନ୍ତି ଧୋନୀ । ସେ ଭାରତୀୟ ଦଳରେ ରହିବେ ସତ କିନ୍ତୁ କ୍ରିକେଟ୍ ମୈଦାନକୁ ଓହ୍ଲାଇବେ ନାହିଁ । ଅର୍ଥାତ୍ ଟିମ୍ ଇଣ୍ଡିଆର ୧୫ ଜଣିଆ ଟିମରେ ରହିବେ, ହେଲେ ୧୧ ଜଣିଆ ଟିମରେ କିନ୍ତୁ ସ୍ଥାନ ପାଇବେନି ବୋଲି ବିସିସିଆଇ ସୂତ୍ରରୁ ସୂଚନା ମିଳିଛି । ତେବେ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏପରି ଏକ ଖବର ଧୋନୀଙ୍କ ଫ୍ୟାନଙ୍କ ପାଇଁ ବଡ ଖୁସି ଖବର ଆଣିଛି । ଧୋନୀ ୧୧ ଜଣିଆ ଦଳରେ ନରହିଲେ ୱିକେଟ୍ କିପର ଭାବେ ପ୍ରଥମ ପସନ୍ଦ ହେବେ ରିସଭ୍ ପନ୍ଥ ।

ତେବେ ଟିମଇଣ୍ଡିଆ ସହିତ ରହି ଆଗାମୀ ବିଶ୍ୱକପ୍ ପାଇଁ ରିସଭ ପନ୍ଥଙ୍କୁ ପ୍ରସ୍ତୁତ କରିବା ସହ ଦଳକୁ ମାର୍ଗଦର୍ଶନ କରିବେ ଧୋନୀ । ରିସଭ୍ ପୁରା ପ୍ରସ୍ତୁତ ହୋଇଗଲା ପରେ ସେ ଅବସର ଗ୍ରହଣ କରିବେ । ବିଶ୍ୱକପ୍ ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ପରଠାରୁ ଦଳରୁ ଧୋନୀଙ୍କ ଅବସର ନେଇ ଜୋର ଧରିଥିଲା ଚର୍ଚ୍ଚା ।