କାମ ଦେଲା ମାହିଙ୍କ ମନ୍ତ୍ରଣା: ଶେଷ ଓଭରରେ ସାମିଙ୍କୁ ଧୋନି ଦେଲେ ଟିପ୍ସ, ରୋମାଂଚକ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ

1,770

କନକ ବ୍ୟୁରୋ: ସାଉଥହମ୍ପଟମରେ ଶନିବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ଶେଷ ଓଭରରେ ରୋମାଂଚକର ସ୍ଥି୍ତିରେ ଥିଲା ଖେଳ । ବିଜୟ ପାଇଁ ଆଫଗାନିସ୍ତାନକୁ ଦରକାର ଥିଲା ୬ବଲରୁ ୧୮ ରନ୍ । ଶେଷ ଓଭରର ବୋଲିଂ କରିବାକୁ ଆସିଥିଲେ ମହମ୍ମଦ ସାମି । ହେଲେ ପ୍ରଥମ ବଲକୁ ଚୌକା ମାରିଥିଲେ ଆଫଗାନିସ୍ଥାନ ଖେଳାଳି । ଲାଗୁଥିଲା ଏହି ଓଭରରେ ହିଁ ଭାରତ ହାତରୁ ଖସିଯିବ ମ୍ୟାଚ । ହେଲେ ୱିକେଟ ପଛରେ ଥିବା ମାହିଁ ବୋଲିଂ ଏଣ୍ଡକୁ ଆସି ସାମିଙ୍କ କାନରେ କିଛି କହିଥିଲେ । ବାସ୍ କିଛି ସେକେଣ୍ଡର କଥା ଥିଲା । ମ୍ୟାଚ ଜିତିବାକୁ ରଣନୀତି ବତାଇଥିଲେ ମାହି । ଆଉ ଏହା ପରେ ଯାହା କିଛି ହେଲା ସବୁଦିନ ପାଇଁ କ୍ରିକେଟରେ ହୋଇଗଲା ଇଚ୍ଛିହାସ ।

 

ସାମି ଲଗାତାର ତିନି ବଲରେ ତିନି ୱିକେଟ ନେଇ ଭାରତକୁ ଦେଲେ ରୋମାଂଚକର ବିଜୟ । ନିଜ ନାଁରେ ଯୋଡି ଦେଲେ ବିଶ୍ୱକପରେ ହ୍ୟାଟ୍ରିକର ରେକର୍ଡ । ମ୍ୟାଚ ଶେଷ ହେବା ପରେ ଜଣାପଡିଥିଲା ସାମିଙ୍କୁ ୟର୍କର ପକାଇବାକୁ କହିଥିଲେ ଧୋନୀ । ଆଉ ଏହି ଟିପ୍ସକୁ ମାନି ସାମି ବନିଗଲେ ବିଶ୍ୱକପର ହ୍ୟାଟ୍ରିକ ବୟ । ୧୯୮୭ରେ ଚେତନ ଶର୍ମାଙ୍କୁ ଯେଉଁ ସଫଳତା ମିଳିଥିଲା ସମାନ ସଫଳତା ୨୦୧୯ରେ ନିଜ ନାଁରେ କରିଛନ୍ତିି । ସାମିଙ୍କ ସଫଳତା ପଛରେ ରହିଛି ଧୋନୀଙ୍କ କର୍ଣ୍ଣମନ୍ତ୍ର ।

ବିଶ୍ୱକପରେ ମହମ୍ମଦ ସାମୀ ଏଭଳି କିଛି କୀର୍ତି ହାସଲ କରିଛନ୍ତି ଯାହାକୁ ସବୁଦିନ କ୍ରିକେଟ୍ ପ୍ରେମୀ ମନେ ରଖିବେ । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ହ୍ୟାଟ୍ରିକ୍ ୱିକେଟ୍ ଦଖଲ କରିଥିଲେ ମହମ୍ମଦ ସାମି । ଏହା ଫଳରେ ଭାରତ ରୋମାଂଚକର ଢଙ୍ଗରେ ମ୍ୟାଚ ଜିତି ୨ ପଏଂଟ ସହିତ ଦଳର ପଏଂଟକୁ ୯କୁ ବୃଦ୍ଧି କରିଛି । ତେବେ ବିଶ୍ୱକପରେ ହ୍ୟାଟ୍ରିକ୍ ଦଖଲ କରିବାରେ ସାମି ହୋଇଛନ୍ତି ଦ୍ୱିତୀୟ ଭାରତୀୟ ବୋଲର । ୧୯୮୭ ବିଶ୍ୱକପରେ ଚେତନ ଶର୍ମା ପ୍ରଥମ ଭାରତୀୟ ବୋଲର ଭାବେ ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୟାଟ୍ରିକ୍ ଦଖଲ କରିଥିଲେ । ଏବେ ଏହି କ୍ଲବରେ ସାମିଲ ହୋଇଯାଇଛନ୍ତି ମହମ୍ମଦ ସାମି । ତେବେ ମ୍ୟାଚରେ ଭାରତକୁ ରୋମାଂଚକର ବିଜୟ ମିଳିବା ପରେ ହ୍ୟାଟ୍ରିକ୍ ବଏ ସାମିଙ୍କ ଇଂଟରଭ୍ୟୁ ନେଇଥିଲେ ବୁମରା । ଯାହାର ଭିଡିଓ ବିସିସିଆଇ ଏହାର ଟୁଇଟର ପେଜରେ ଅପଲୋଡ୍ କରିଛି ।