ସାକ୍ଷୀ ସେୟାର କଲେ ଧୋନି ତାଙ୍କୁ ଜୋତା ପିନ୍ଧାଉଥିବାର ଫଟୋ : ଲୋକେ କହିଲେ, ଲଜ୍ଜାକର ଘଟଣା । ଏମିତି ଜବାବ ରଖିଲେ ସାକ୍ଷୀ 

ଧୋନିଙ୍କ ଫ୍ୟାନମାନେ କ୍ରୋଧିତ ଅଛନ୍ତି । 

603

ଗୋଟିଏ ପଟେ ଯେଉଁଠି ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିୟା ଗସ୍ତରେ ଯାଇଛନ୍ତି ତ ସେଇଠି ଏମ୍ ,ଏସ୍ ଧୋନି ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି । କିଛି ଦିନ ପୂର୍ବରୁ ହିଁ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀଙ୍କ ବିବାହରେ ଦେଖାଯାଇଥିଲା । ସାକ୍ଷୀ ଧୋନି ଏକ ଫଟୋ ସେୟାର କରିଥିଲେ, ଯେଉଁଥି ପାଇଁ ହଙ୍ଗାମା ହୋଇଯାଇଛି । କିଛି ଲୋକ ଫଟୋକୁ ବହୁତ ପସନ୍ଦ କରୁଥିବାବେଳେ କିଛି ସାକ୍ଷୀଙ୍କ ଏଭଳି ପୋଷ୍ଟକୁ ନେଇ ନାଖୁସ୍ ଅଛନ୍ତି । ଧୋନି ସାକ୍ଷୀଙ୍କୁ ଜୋତା ପିନ୍ଧାଉଥିବା ନଜର ଆସିଥିଲେ । ଯଦ୍ୱାରା ଧୋନିଙ୍କ ଫ୍ୟାନମାନେ କ୍ରୋଧିତ ଅଛନ୍ତି ।

 

View this post on Instagram

 

You paid for the band so you screw it too 🤗😘 #Round2 Photo credits @k.a.b.b.s

A post shared by Sakshi Singh Dhoni (@sakshisingh_r) on

ସାକ୍ଷୀ ଫଟୋ ପୋଷ୍ଟ କରି ଲେଖିଛନ୍ତି- “ତୁମେ ଏହି ଜୋତା ମତେ ଦେଇଛ, ତୁମେ ହିଁ ପିନ୍ଧାଅ ।” ଯାହାପରେ କମେଣ୍ଟ ସେକ୍ସନରେ ବନ୍ୟା ହୋଇଯାଇଛି । କିଛି ଲୋକ ଦମ୍ପତିଙ୍କ ବହୁତ ପ୍ରଶଂସା କରିଥିବାବେଳେ କିଛି ଲୋକ ରାଗି ଯାଇଛନ୍ତି । ଜଣେ ୟୁଜର ଲେଖିଛନ୍ତି- ଆମେ ଯାହାକୁ କ୍ରିକେଟ୍ ଦୁନିଆରେ ଏତେ ସମ୍ମାନ କରୁଛୁ, ତାଙ୍କ ଏମିତି ଫଟୋ ଆମକୁ ନିରାଶ କଲା । ଆଶା ନଥିଲା, ଜଣେ ବାହୁବଳୀ ବ୍ୟକ୍ତିତ୍ୱ ଭଳି ବ୍ୟକ୍ତି ଏମିତି କାର୍ଯ୍ୟ କରିବା ଲଜ୍ଜାକର । ଯାହାର ପ୍ରତିକ୍ରିୟାରେ ସାକ୍ଷୀ ଜବାବ ଦେଇଛନ୍ତି । ସେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଠି ଧୋନି ସାକ୍ଷୀଙ୍କୁ ବ୍ରାସଲେଟ୍ ପିନ୍ଧାଉଥିବା ନଜର ଆସୁଛନ୍ତି । ସେ ଲେଖିଲେ କି, ‘ତୁମେ ବ୍ୟାଣ୍ଡ କିଣିଦେଇଛ, ତୁମେ ହି ପିନ୍ଧାଅ ।’