ଦିନିକିଆ କ୍ୟାପଟେନ୍ସସିପ୍ କାହିଁକି ଛାଡିଲେ ଧୋନୀ !

29

କନକ ବ୍ୟୁରୋ : କାହିଁକି ଅଚାନକ୍ ଦିନିକିଆ କ୍ୟାପଟେନ୍ସସିପ୍ ଛାଡିଲେ ଧୋନୀ । ମିଡିଆ ଆଗରେ ମୁହଁ ଖୋଲିଛନ୍ତି ମହେନ୍ଦ୍ର ସିଂ ଧୋନୀ, କହିଛନ୍ତି ଅଲଗା ଅଲଗା ନେତୃତ୍ୱ ଦଳ ପାଇଁ ଭଲ ନୁହେଁ । ଭାରତ ଏହା ଉପରେ ବିଶ୍ୱାସ କରେନାହିଁ । ଏଥିସହ ଧୋନୀ କହିଛନ୍ତି, କୋହଲିଙ୍କ ପାଇଁ ଏହା ଠିକ୍ ସମୟ । ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଆହୁରି ଆଗକୁ ଯିବ । ପୂର୍ବରୁ ଟେଷ୍ଟ ଟିମ୍ ଦାୟିତ୍ୱ ଛାଡିଥିବା ଧୋନୀ ହଠାତ୍ ଦିନିକିଆ କ୍ୟାପଟେନ୍ସିରୁ ଅବସର ନେଇ ଘୋଷଣା କରିଥିଲେ ।