ଚୟନକର୍ତ୍ତାଙ୍କୁ ଧୋନୀଙ୍କ ଝଟକା ! ମ୍ୟାଚ୍ ଖେଳିବାକୁ ମନା କଲେ ମାହି, ଧୋନୀଙ୍କ ଫର୍ମ ନେଇ ଜୋରଦାର ଚର୍ଚ୍ଚା ।

47

ଗତ ଦୁଇ ବର୍ଷରେ ବ୍ୟାଟ୍ସମ୍ୟାନ ଭାବେ ଫର୍ମରେ ନାହାନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ତେବେ ଗତ କିଛି ଦିନ ଧରି ଧୋନୀଙ୍କ ଫର୍ମକୁ ନେଇ ଲାଗି ରହିଛି ଜୋରଦାର ଚର୍ଚ୍ଚା । ଆଉ ଏହା ମଧ୍ୟରେ ଚୟନକର୍ତ୍ତାଙ୍କୁ ଏକ ଝଟକା ଦେଇଛନ୍ତି ମାହି । ରବିବାର ଧୋନୀ ଝାରଖଣ୍ଡ ପାଇଁ ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲରେ ଖେଳିବାକୁ ମନା କରିଦେଇଛନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଟ୍ରଫିରେ ଧୋନୀ ଖେଳିବା ନେଇ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଦୁଇ ଦିନ ପୂର୍ବରୁ ସର୍ବସମ୍ମୁଖରେ ଘୋଷଣା କରିଥିଲେ । ତେବେ ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ, ଚୟନକର୍ତ୍ତା ଏବଂ ବରିଷ୍ଠ ଖେଳାଳୀଙ୍କ ମଧ୍ୟରେ କୌଣସି ଖବର ରହିନଥାଏ । ଖେଳାଳୀମାନେ ନିଜ କାର୍ଯ୍ୟସୂଚୀ ନିଜେ ଫିକ୍ସ କରିଥାନ୍ତି ।

ତେବେ ସବୁଠାରୁ ବଡ କଥା ହେଉଛି ଧୋନୀଙ୍କ ଫର୍ମକୁ ନେଇ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା । ଗୋଟିଏ ପଟେ ୨୦୧୯ ବିଶ୍ୱକପ୍ ପାଖେଇ ଆସୁଥିବା ବେଳେ, ଧୋନୀଙ୍କ ଖେଳିବା ନେଇ ଏବେ ସୃଷ୍ଟି ହୋଇଛି ବଡ ପ୍ରଶ୍ନ । କାରଣ ଗତ ଦୁଇ ବର୍ଷ ଧରି ବ୍ୟାଟ୍ସମ୍ୟାନ ଭାବେ ଫର୍ମରେ ନାହାନ୍ତି ଧୋନୀ । ଚଳିତ ବର୍ଷ ଧୋନୀ ମୋଟ ୧୫ଟି ଦିନିକିଆ ଏବଂ ୭ଟି ଟ୍ୱେଣ୍ଟି ଟ୍ୱେଣ୍ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିଛନ୍ତି । ସବୁଠାରୁ ବଡ କଥା ହେଉଛି ଯେତେବେଳେ ବି ସେ, ଏକ ଲମ୍ବା ବ୍ରେକ୍ ପରେ ଖେଳୁଛନ୍ତି, ତାଙ୍କର ଫର୍ମ ରହୁନାହିଁ । ଯେଉଁଥିପାଇଁ ଏବେ ଚିନ୍ତାରେ ଚୟନକର୍ତ୍ତା ।