ଅଧିନାୟକ ପଦକୁ ଅଲବିଦା କହିଲେ କ୍ୟାପଟେନ୍ କୁଲ୍ ଧୋନୀ !

95

କନକ ବ୍ୟୁରୋ : ଅଧିନାୟକ ପଦକୁ ଅଲବିଦା କହିଲେ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନୀ । ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ପଦରୁ ସନ୍ନ୍ୟାସ ନେଇଛନ୍ତି ମାହି । ପୂର୍ବରୁ ଟେଷ୍ଟ ଦଳରୁ ଅବସର ନେଇ ସାରିଥିଲେ । ତେବେ ଦଳରେ ତାଙ୍କ ଖେଳ ଜାରି ରଖିବେ ବୋଲି କହିଛନ୍ତି ମାହି । ସେପଟେ ଧୋନୀଙ୍କ ପରେ ଅଧିନାୟକ କିଏ ହେବ ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ବିରାଟ୍ କୋହଲି ଧରିପାରନ୍ତି ଦଳର ମଙ୍ଗ ।

ଧୋନୀଙ୍କ ଅଧୀନରେ ଖେଳାଯାଇଥିବା ୧୯୧ଟି ମ୍ୟାଚରୁ ଭାରତ ୧୦୪ଟି ମ୍ୟାଚରେ ବିଜୟ ହାସଲ କରିଛି । ଏହା ସହ ବିଶ୍ୱ କପରେ ଦ୍ୱିତୀୟ ଥର କବଜା କରିବା ସହ ପ୍ରଥମ ଥର ଟି-୨୦ ବିଶ୍ୱକପରେ ଭାରତକୁ ବିଜୟର ସ୍ୱାଦ ଚଖାଇବା ଅଧିନାୟକ ଧୋନୀ ଥିଲେ  ।