କ୍ୟାପଟେନ୍ କୁଲ୍ ଧୋନୀ ଅଧିନାୟକ ପଦ ଛାଡିବା ପରେ କ୍ରିକେଟ୍ ଜଗତରେ ହଲଚଲ !

31

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ପଦ ଛାଡିଲେ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନୀ । ଉଭୟ ଏକ ଦୀବସିୟ ଓ ଟି-୨୦ ମ୍ୟାଚର ଅଧିନାୟକ ପଦ ଛାଡିଛନ୍ତି ଧୋନୀ । ପୂର୍ବରୁ ଧୋନୀ ଟେଷ୍ଟ ଦଳର ଅଧିନାୟକ ପଦ ଛାଡିଥିଲେ । ତେବେ ଧୋନୀ ଉଭୟ ଟି-୨୦ ଓ ଦିନିକିଆ ଫର୍ମାଟରେ ଖେଳ ଜାରି ରଖିବେ ବୋଲି ସୂଚନା ମିଳିଛି ।

ମହେନ୍ଦ୍ର ସିଂଙ୍କ ନିଷ୍ପତିକୁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ଧୋନୀ ୨୦୦୭ରୁ ଏକଦିବସୀୟ ଓ ଟି-୨୦ ଫର୍ମାଟରେ ଅଧିନାୟକ ପଦ ତୁଲାଉଥିଲେ । ଧୋନୀଙ୍କ ଅଧିନାୟକ କାଳରେ ଭାରତ ୨୦୧୧ ଦିନିକିଆ ବିଶ୍ୱକପ୍ ଜିତିଥିଲା ।

ତାଙ୍କ ଅଧିନାୟକତ୍ୱରେ ଭାରତ ଦୁଇଟି ଦିନିକିଆ ବିଶ୍ୱକପ ଖେଳିଛି । ଥରେ ଟ୍ୱେଂଟିଟ୍ୱେଂଟି ବିଶ୍ୱକପ ମଧ୍ୟ ଭାରତ ହାତେଇବାରେ ସକ୍ଷମ ହୋଇଥିଲା । ଧୋନୀଙ୍କ ଅଧୀନରେ ଭାରତ ୧୯୧ଟି ଏକ ଦିବସୀୟ ମ୍ୟାଚ ଖେଳିଛି । ସେଥିମଧ୍ୟରୁ ୧୦୪ଟିରେ ବିଜୟ ଲାଭ କରିଛି ।