ଧୋନିଙ୍କ ମହାନତା ! ଜଣେ ଚା’ବିକାଳି ସହିତ କଲେ ରାତ୍ରି ଭୋଜନ

55

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପୁଣି ଥରେ ନିଜ ମହାନତାର ପରିଚୟ ଦେଇଛନ୍ତି । ନିକଟରେ ହୋଇଥିବା କୋଲକତାର ବିଜୟ ହଜାରେ ଟ୍ରଫି ଖେଳୁଥିବା ସମୟରେ ସେ ନିଜର ଜଣେ ପୁରୁଣା ଚା’ ବିକାଳି ବନ୍ଧୁକୁ ରାତ୍ର ଭୋଜନକୁ ନେଇ ତାଙ୍କ ଋଣ ପରିଶୋଧ କରିଛନ୍ତି ।

ସୂଚନା ମୁତାବକ, ଯେତେବେଳେ ଧୋନି ଖଡଗପୁରରେ ଟିଟି ଚାକିରି କରୁଥିଲେ ସେଠାରେ ‘ଥୋମାସ’ ନାମକ ଜଣେ ଚା’ ଦୋକାନି ସହ ତାଙ୍କର ପରିଚିତ ହୋଇଥିଲା । ଆଉ ଏହି ଚା’ ବିକାଳି ଜଣକ ତାଙ୍କୁ ଅନେକ ସାହାର୍ଯ୍ୟ ମଧ୍ୟ କରିଥିଲେ । ଧୋନି ତାଙ୍କ ଚା’କୁ ବହୁତ ପସନ୍ଦ କରୁଥିଲେ । ତେବେ ଝାଡଖଣ୍ଡ ଦଳର ନେତୃତ୍ୱ ନେଇ ଇଡେନ ଗାର୍ଡେନରେ ଧୋନି ଖେଳୁଥିବା ବେଳେ ଥୋମାସ ତାଙ୍କୁ ଭେଟିବା ଲାଗି ଖଡଗପୁରରୁ ଯାଇ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ।

ଧୋନି ପଡିଆ ବାହରକୁ ଆସିବା କ୍ଷଣି ସେ ତାଙ୍କ ପାଖକୁ ଦୌଡିଯାଇ ଖୁସିରେ କୁଣ୍ଢାଇ ପକାଇଥିଲେ । ଧୋନି ମଧ୍ୟ ତାଙ୍କୁ ଚିହ୍ନି ପାରିଥିଲେ । ଧୋନି କେବଳ ଥୋମାସଙ୍କ ସହ କଥା ହୋଇ ନଥିଲେ ତାଙ୍କୁ ରାତ୍ର ଭୋଜନରେ ମଧ୍ୟ ସାମିଲ କରିଥିଲେ ।