ଚିକେନ୍ ଓ କ୍ଷୀର ବିନା ରହିପାରନ୍ତି ନାହିଁ ଧୋନୀ ! ୩୬ ବର୍ଷ ବୟସରେ ନିଜକୁ କିପରି ରଖନ୍ତି ଫିଟ୍, ଜାଣନ୍ତୁ?

38

ଧୋନୀ ସେନା ତୃତୀୟ ଥର ପାଇଁ ଆଇପିଏଲ୍ ଜିତିଛନ୍ତିି । ଆଉ ଏହାଦ୍ୱାରା ବୁଢ଼ାଙ୍କ ଟିମ୍ କହୁଥିବା ନିନ୍ଦୁକଙ୍କୁ ମୁହଁତୋଡ଼୍ ଜବାବ ମିଳିିଛିି । ଫିନାଲେରେ ସନରାଇଜରର୍ସ ହାଇଦ୍ରାବାଦକୁ ହରାଇ କ୍ୟାପଟେନ୍ ଧୋନୀ ସାବ୍ୟସ୍ତ କରିଛନ୍ତି ବୟସ କୌଣସି ସଫଳତାରେ ପ୍ରତିବନ୍ଧିକ ସାଜିପାରେ ନାହିଁ । ମ୍ୟାଚ୍ ପରେ ତାଙ୍କ ସହ କଥା ହେବା ପରେ ସେ କହିଥିଲେ ବୟସ ନୁହେଁ ଫିଟନେସ୍ ରହିବା ଜରୁରୀ । ୩୬ ବର୍ଷ ବୟସରେ ମଧ୍ୟ ଧୋନୀ ୱିକେଟ୍ ପଛରେ ଦେଖାଉଥିବା ଫୁର୍ତ୍ତି ଓ ଆକ୍ରାମକ ମନୋଭାବ ଅନ୍ୟ ଖେଳାଳିଙ୍କ ପାଇଁ କାଳ ପାଲଟିଯାଏ । ତେବେ ଧୋନୀ ନିଜ ଫିଟନେସ ଉପରେ ବହୁତ ଧ୍ୟାନ ଦିଅନ୍ତି । ଏଥିପାଇଁ ସେ ଘଂଟା ଘଂଟା ଧରି ବ୍ୟାୟାମ କରନ୍ତି । ଜିମରେ ଝାଳ ବୁହାଇବା ସହ ବ୍ୟାଡ଼ମିଂଟନ ଓ ଫୁଟବଲ ପରି ଖେଳ ମଧ୍ୟ ଖେଳନ୍ତି । ତେବେ ତାଙ୍କ ଫିଟ୍ ରହିବା ପଛରେ ତାଙ୍କ ଡାଏଟର ଏକ ବଡ଼ ହାତ ରହିଛି ।

ଆସନ୍ତୁ ଜାଣିବା ତାଙ୍କ ଡାଏଟ୍ ପ୍ଲାନ ବିଷୟରେ . .
୭ ଜୁଲାଇ ୧୯୮୧କୁ ଜନ୍ମ ହୋଇଥିବା ମହେନ୍ଦ୍ର ସିଂ ଧୋନୀ ୨ ମାସ ପରେ ୩୭ ବର୍ଷରେ ପାଦ ଥାପିବେ । ତେବେ ଏତିକି ବର୍ଷ ବୟସରେ ମଧ୍ୟ ଅନ୍ୟ ଖେଳାଳିଙ୍କ ପାଇଁ ସେ ଆଦର୍ଶ ପାଲଟିଛନ୍ତି । ଧୋନୀଙ୍କୁ ଚିକେନ୍ ବହୁତ ପସନ୍ଦ ।ଚିକେନ୍ ବ୍ୟତୀତ ଧୋନୀ କ୍ଷୀର ଓ କ୍ଷୀର ଜାତ ଦ୍ରବ୍ୟ ବହୁତ ପସନ୍ଦ କରନ୍ତି । ଯାହା ତାଙ୍କ ଡାଏଟରେ ନିହାତି ସାମିଲ ଥାଏ । କ୍ଷୀରରୁ କ୍ୟାଲସିୟମ, ଭିଟାମିନ୍ ଡି ମିଳେ । ଏହାସହ ଏଥିରୁ ଫସଫରସ୍, ମାଗ୍ନେସିୟମ ଓ ଭିଟାମିନ୍ ଆଦି ମିଳେ । ଆଥଲେଟଙ୍କୁ ପ୍ରୋଟିନ ଅଧିକ ଦରକାର, ଏଥିପାଇଁ ସେ ପ୍ରୋଟିନ୍ ସେକ୍ ପିଅନ୍ତି ।

ମିଡ଼ିଆ ରିପୋର୍ଟ ଅନୁସାରେ ଧୋନୀ ପ୍ରାତଃଭୋଜନରେ ଡ୍ରାଏ ଫ୍ରୁଟସ୍, ତାଜା ଫଳ ସହ କ୍ଷୀର ପିଇବା ପସନ୍ଦ କରନ୍ତି । ଧୋନୀଙ୍କୁ ଘର ଖାଇବା ଅଧିକ ପସନ୍ଦ କରନ୍ତି । ସେ ଜଙ୍ଗ ଫୁଡ଼୍ ବିଲକୁଲ ପସନ୍ଦ କରନ୍ତି ନାହିଁ । ତାଙ୍କ ପ୍ରତିଦିନ ଖାଇବାରେ ସ୍ୱାସ୍ଥ୍ୟକର ଓ ହାଲୁକା ଖାଦ୍ୟ ହିଁ ସାମିଲ ଥାଏ । ଡାଲି, ରୋଟି ଓ ଚିକେନ ସହ ସାଲାଡ଼ ଖାଇବା ପାଇଁ ପସନ୍ଦ କରନ୍ତି ଧୋନୀ । ଚିକେନ୍ ଆଇଟମରେ ତାଙ୍କୁ ବଟର ଚିକେନ୍ ଓ ଚିକେନ୍ ଟିକ୍କା ବହୁତ ପସନ୍ଦ । ଧୋନୀ ସନ୍ଧ୍ୟା ଖାଇବା କେବେ ଛାଡ଼ନ୍ତି ନାହିଁ । ଏହି ସମୟରେ ସେ ଚିକେନ ସ୍ୟାଣ୍ଡୱିଚ୍ ଓ ଦହି ଖାଇବା ପାଇଁ ଅଧିକ ଗୁରୁତ୍ୱ ଦିଅନ୍ତି । ରାତିରେ ଧୋନୀ ଅଧିକ ଖାଦ୍ୟ ଖାଆନ୍ତି ନାହିଁ । ୨ରୁ ୩ଟି ଚପାତି, ଚିକେନ୍, ତରକାରୀ ଓ ସାଲାଡ଼୍ ଓ ଫଳ ଖାଆନ୍ତି । ମ୍ୟାଚ୍ ସମୟରେ ସେ ଟିନ୍ ଡ୍ରିଙ୍କସ ଓ ଜୁସ୍ ପିଅନ୍ତି ।