ବିଶ୍ୱର ସବୁଠୁ ଲୋକପ୍ରିୟ ଭାରତୀୟ ଖେଳାଳି ମହେନ୍ଦ୍ର ସିଂ ଧୋନୀ : ପଛରେ ପଡିଲେ କୋହଲି ଓ ସଚିନ୍

49

ବିଶ୍ୱର ସବୁଠୁ ଲୋକପ୍ରିୟ ଭାରତୀୟ ଖେଳାଳି ମହେନ୍ଦ୍ର ସିଂ ଧୋନୀ । ୟୁ ଗଭ ପକ୍ଷରୁ କରାଯାଇଥିବା ଭୋଟିଂରେ ସର୍ବାଧିକ ଭୋଟ ପାଇ ନମ୍ବର ୱାନ ଖେଳାଳି ହୋଇଛନ୍ତି କ୍ୟାପଟେନ୍ କୁଲ୍ । ଏପରିକି ଭୋଟିଂରେ ଭାରତୀୟ ଟିମର ବର୍ତମାନର କ୍ୟାପଟେନ୍ ବିରାଟ କୋହଲି ଓ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି ଧୋନୀ ।

ଧୋନୀଙ୍କୁ ୭ଦଶମିକ୍ ୭ପ୍ରତିଶତ ଭୋଟ୍ ମିଳିଥିବାବେଳେ ସଚିନଙ୍କୁ ମିଳିଛି ୬ଦଶମିକ୍ ୮ପ୍ରତିଶତ ଓ କୋହଲିଙ୍କୁ ମିଳିଛି ୪ଦଶମିକ୍ ୮ପ୍ରତିଶତ ଭୋଟ୍ । ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୦୭ ମସିହାରେ ଟି-୨୦ ବିଶ୍ୱକପ୍ ଓ ୨୦୧୧ରେ ଦିନିକିଆ ବିଶ୍ୱକପ୍ ଜିିତିଥିଲା ଟିମ୍ ଇଣ୍ଡିଆ । ତେବେ ଭାରତର ସବୁଠାରୁ ଲୋକପ୍ରିୟ ବ୍ୟକ୍ତି ତାଲିକାରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓ ତାଙ୍କ ପଛକୁ ଦ୍ୱିତୀୟରେ ରହିଛନ୍ତି ଧୋନୀ ।

image courtesy – www.cricbuzz.com

ସୂଚନା ଅନୁସାରେ ଏହି ସର୍ଭେ ଚଳିତ ବର୍ଷର ପ୍ରଥମରୁ ହୋଇଥିଲା, ଯାହାର ଫଳାଫଳ ଏବେ ଆସିଛି । ଧୋନୀ ବିଶ୍ୱର ଏକମାତ୍ର କ୍ୟାପଟେନ୍ ଯିଏ, ଆଇସିସିର ତିନୋଟି ପ୍ରମୁଖ ଟୁର୍ଣ୍ଣାମେଂଟ ଟି-୨୦ , ଚାମ୍ପିୟନସ ଟ୍ରଫି ଓ ବିଶ୍ୱକପ୍ ଜିତିଛନ୍ତି । ୨୦୦୯ରେ ନିଜର କ୍ୟାପଟେନ୍ସି ସମୟରେ ଟିମ୍ ଇଣ୍ଡିଆକୁ ପ୍ରଥମ ଥର ପାଇଁ ଟେଷ୍ଟ ରାଙ୍କିଂରେ ପ୍ରଥମ ସ୍ଥାନରେ ପହଞ୍ଚାଇଥିଲେ ।