ଧୋନୀଙ୍କ ବିଷୟରେ ଆପତ୍ତିଜନକ ବୟାନ ଦେଇ ଫସିଗଲେ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ! ସମାଲୋଚନା କଲେ ମାହିଙ୍କ ପ୍ରଶଂସକ

34

ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ସୋମବାର ଦିନ ନିକଟରେ ହୋଇଥିବା ଚୟନ ଉପରେ ଏପରି କିଛି ବୟାନ ଦେଇଛନ୍ତି, ଯାହା ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । ଯୁବରାଜ ସିଂଙ୍କ କ୍ୟାରିୟର ଶେଷ ହୋଇନାହିଁ, ତାଙ୍କୁ ଆରାମ ଦିଆଯାଇଛି ବୋଲି ସେ କହିଛନ୍ତି । ଏହାସହ ଏମଏସକେ ପ୍ରସାଦ ଟିମ ଇଣ୍ଡିଆର ପୂର୍ବତନ କ୍ୟାପେଟନ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ କିଛି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ, ଯାହା ଧୋନୀଙ୍କ ପ୍ରଶଂସକୁ ବିଲକୁଲ ପସନ୍ଦ ଆସିନି । ସେ ଧୋନୀଙ୍କୁ ନେଇ କହିଥିଲେ, ଯଦି ଟିମର ପୂର୍ବ ଅଧିନାୟକ ଭଲ ପ୍ରଦର୍ଶନ ନକରନ୍ତି ତେବେ ଏଭଳି ସ୍ଥିତିରେ ତାଙ୍କର ବିକଳ୍ପ ଚିନ୍ତା କରାଯିବ । ଏହା କହି ଧୋନୀଙ୍କ ପ୍ରଶଂସକଙ୍କ ଟାର୍ଗେଟରେ ଆସିଯାଇଛନ୍ତି ଏମଏସକେ ପ୍ରସାଦ ।

ଧୋନୀଙ୍କ ଅନେକ ପ୍ରଶଂସକ ଏମଏସକେ ପ୍ରସାଦଙ୍କୁୁ ଟ୍ୱିଟରରେ ସମାଲୋଚନା କରିଛନ୍ତି । ଜଣେ ପ୍ରଶଂସକ କହିଛନ୍ତି ଯେ ମୁଖ୍ୟ ଚୟନକର୍ତ୍ତା ଧୋନୀଙ୍କ ପ୍ରଦର୍ଶନ କଥା କହିବା ପୂର୍ବରୁ ନିଜ କ୍ୟାରିୟରର ପ୍ରଦର୍ଶନ ବିଷୟରେ ଚିନ୍ତା କରିବା ଉଚିତ୍ । ଆଉ ଜଣେ ୟୁଜର ଲେଖିଛନ୍ତି, ଏମଏସକେ ପ୍ରସାଦ କେତୋଟି ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ ଖେଳିଛନ୍ତି ? ଆଉ ସେ ଟିମ ଇଣ୍ଡିଆର ଚୟନକର୍ତ୍ତା କାହିଁକି ଅଛନ୍ତି ? ଦିନ ଥିଲା ଏମଏସକେ ପ୍ରସାଦଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ସେ ଟିମ୍ ଇଣ୍ଡିଆରେ ଖେଳିବା ପାଇଁ ସୁଯୋଗ ପାଉ ନଥିଲେ କିନ୍ତୁ ଆଜି ମୁଖ୍ୟ ଚୟନକର୍ତ୍ତା କିପରି ହେଲେ ବୋଲି ପ୍ରଶ୍ନ କରିଛନ୍ତି ଧୋନୀଙ୍କ ପ୍ରଶଂସକ ।