ଅଜୟ ଦେବଗନଙ୍କ ଟିଭି ସିରିଜରେ ବାବା ରାମଦେବ ! ଯୋଗଗୁରୁଙ୍କ ଭୂମିକାରେ ଅଭିନୟ କରିବେ କ୍ରାନ୍ତି ପ୍ରକାଶ ଝା

31

ଯୋଗଗୁରୁ ରାମଦେବଙ୍କ ଉପରେ ଏକ ଟିଭି ସରିଜ୍ ନେଇ ଆସୁଛନ୍ତି ଅଜୟ ଦେବଗନ୍ । ବାବା ରାମଦେବଙ୍କ ସଂଘର୍ଷମୟ ଜୀବନ ଏହି ସିରିଜରେ ଦେଖାଯିବ । ଆଉ ଧୋନିଙ୍କ ଜୀବନୀ ଉପରେ ଆଧାରିତ ବଲିଉଡ ସିନେମା‘ଏମଏସ ଧୋନି- ଦ ଅନଟୋଲ୍ଡ ଷ୍ଟୋରି’ ଫେମ କ୍ରାନ୍ତି ପ୍ରକାଶ ଝା ଖୁବ ଶୀଘ୍ର ରାମଦେବଙ୍କ ଭୂମିକାରେ ନଜରକୁ ଆସିବେ । ୨୦୧୬ରେ ପରଦାକୁ ଆସିଥିବା ସିନେମା‘ଏମଏସ ଧୋନି- ଦ ଅନଟୋଲ୍ଡ ଷ୍ଟୋରି’ରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଅଭିନୟ କରିସାରିଛନ୍ତି କ୍ରାନ୍ତି । ଏହି ସିନେମା ରେ କ୍ରାନ୍ତି ଧୋନିଙ୍କ ଜଣେ ଉତ୍ତମ ବନ୍ଧୁ ସନ୍ତୋଷ ଭୂମିକାରେ ନଜର ଆସିଥିଲେ ।

ବର୍ତ୍ତମାନ ସ୍ୱାମୀ ରାମ ଦେବଙ୍କ ଉପରେ ଆଧାରିତ ଏକ ଟିଭି ସିରିଜ ‘ସ୍ୱାମୀ ରାମଦେବ-ଏକ ସଂଘର୍ଷ’ରେ କ୍ରାନ୍ତି ପ୍ରକାଶ ସ୍ୱାମୀ ରୂପେ ନଜରକୁ ଆସିବେ । ଏହି ସୋରେ କ୍ରାନ୍ତି ଅନେକ ପ୍ରକାର ଯୋଗାସନରେ ନଜରକୁ ଆସିବେ । ‘ସ୍ୱାମୀ ରାମଦେବ-ଏକ ସଂଘର୍ଷ’ ଏକ ପ୍ରେରଣାଦାୟୀ ଜୀବନୀ ଉପରେ ଆଧାରିତ କାହାଣୀ ଅଟେ । ‘ସ୍ୱାମୀ ରାମଦେବ–ଏକ ସଂଘର୍ଷ’ ଲୋକଙ୍କ ବେଶ୍ ପସନ୍ଦ ଆସିବ ବୋଲି ଅଜୟ ଦେବଗନ ମତପ୍ରକାଶ କରିଛନ୍ତି ।

ଏହି ଅଭିନୟ ପାଇଁ ରାମଦେବଙ୍କ ଅନୁରୂପ ନୂଆ ଚେହେରା ସନ୍ଧାନ କରାଯାଇଥିଲା । ଜଣେ ମହାନ ବ୍ୟକ୍ତିତ୍ୱକୁ ଅଭିନୟ କରିବା ଏତେ ସହଜସାଧ୍ୟ ନୁହେଁ । କ୍ରାନ୍ତି ଏହି କାର୍ଯ୍ୟକୁ ଉତ୍ତମ ରୂପେ ତୁଲାଇବାକୁ ନେଇ ପ୍ରସ୍ତୁତ ବୋଲି କହି ଅଜୟ ଦେବଗନ ଖୁସି ଅନୁଭବ କରିଛନ୍ତି । ସେପଟେ ପ୍ରସିଦ୍ଧ ଯୋଗ ଗୁରୁ ରାମଦେବଙ୍କ କହିବା ଅନୁସାରେ, କ୍ରାନ୍ତିଙ୍କ ସ୍ମରଣ ଶକ୍ତିକୁ ପ୍ରଶଂସା କରିଛନ୍ତି । କାରଣ କ୍ରାନ୍ତି ସମସ୍ତ ଶ୍ଳୋକକୁ ସଂପୂର୍ଣ୍ଣଭାବେ ମନେ ରଖି କହୁଥିବା ଦେଖି ସ୍ୱାମୀ ପ୍ରଭାବିତ ବୋଲି ମତ ପ୍ରକାଶ କରିଛନ୍ତି । ଏବଂ ତାଙ୍କର ସଠିକ ପରିଶ୍ରମ ପାଇଁ ସ୍ୱାମୀ ଅନେକ ପ୍ରଶଂସା କରିଛନ୍ତି । ଏପଟେ ଯୋଗଗରୁଙ୍କ ଭୂମିକାକୁ ପରଦାରେ ପ୍ରଦର୍ଶନ କରିବା ଏକ ବଡ ଚ୍ୟାଲେଞ୍ଜ ବୋଲି କ୍ରାନ୍ତି ଦର୍ଶାଇଛନ୍ତି । ସେ ଏଥିପାଇଁ ନିଜର ବେଷ୍ଟ ଦେବେ ବୋଲି କଠିନ ପ୍ରୟାସ ଚଳାଇଛନ୍ତି ।