ସାମ୍ନାକୁ ଆସିଲା ଧୋନୀ ଓ ସାକ୍ଷୀଙ୍କ ବରଫ ସଫା କରୁଥିବାର ଚିତ୍ର । କୁନି ଝିଅ ସହିତ ବାଲକୋନୀରେ ଥିବା ବରଫ ସଫା କରି ଗଢୁଛନ୍ତି ବରଫ ମୂର୍ତ୍ତି

240

କନକ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ରହିଥିବା ଧୋନୀ ଏବେ ପରିବାର ସହିତ ଉତରାଖଣ୍ଡର ଡେରାଡୁନରେ ଛୁଟି ମନାଉଛନ୍ତି । ଏକ ଶୈଳନିବାସରେ ପତ୍ନୀ ସାକ୍ଷୀ ଓ ଝିଅ ଜିଭାଙ୍କ ସହିତ ଧୋନୀ ଏବେ ଏହି ଛୁଟି ମନାଉଛନ୍ତି । ଏତିକି ବେଳେ ସାମ୍ନାକୁ ଆସିଛି ଏକ ଅଜବ ଚିତ୍ର । ଯାହା ସ୍ପଷ୍ଟ କରୁଛି କିଭଳି ଭାବରେ ଧୋନୀ ଶୈଳ ନିବାସରେ ବରଫପାତର ମଜା ନେଉଛନ୍ତି । ଶୈଳନିବାସର ବାଲକୋନିରେ ପ୍ରବଳ ତୁଷାରପାତ ପରେ ଜମି ରହିଛି ବରଫ । ଏହାକୁ ସପରିବାର ମିଶି ସଫା କରୁଛନ୍ତି ।

ବରଫ ସଫା କରିବା ପରେ ଏହାକୁ ଏକ ସ୍ଥାନରେ ଜମା କରିବା ପରେ ଧୋନୀ , ଝିଅ ଜିଭା ପାଇଁ ତିଆରି କରୁଛନ୍ତି ଏକ ବରଫରେ ମଣିଷ ମୂର୍ତି । ଏହାର ଫଟୋ ଓ ଭିଜୁଆଲ୍ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ସେ ଯାହା ହେଉ ନା କାହିଁକି କ୍ରିକେଟରୁ ଦୂରରେ ରହିଥିବା ଧୋନୀ ଯେ ପୁରା ସମୟକୁ ପରିବାର ସହିତ ଖୁସିରେ ମନାଉଛନ୍ତି । ସାରା ଦେଶର କ୍ରିକେଟ ପ୍ରେମୀ ଧୋନୀଙ୍କୁ ଅପେକ୍ଷା କରିଛନ୍ତି ସେ କେବେ ଫେରିବେ କ୍ରିକେଟ ମୈଦାନକୁ । ହେଲେ ଧୋନୀ ଏବେ ଡେରାଡୁନରେ ଉଠାଉଛନ୍ତି ପ୍ରକୃତିର ମଜା ।