ସୁରେଶ ରୈନାଙ୍କ ଝିଅର ଜନ୍ମଦିନରେ କ୍ରିକେଟରଙ୍କ ମସ୍ତି ! ଆଇପିଏଲ ସାଥୀଙ୍କ ଝିଅ ଗ୍ରେସିଆଙ୍କୁ ଶୁଭେଚ୍ଛା ଜଣାଇଲେ ଚେନ୍ନାଇ ଅଧିନାୟକ ଏମଏସ ଧୋନି

63

ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କ ଝିଅ ଗ୍ରାସିଆ ପାଇଁ ଗୀତ ଗାଇଲେ ଧୋନୀ ଓ ବ୍ରାଭୋ । ବ୍ରାଭୋଙ୍କ ପ୍ୟାମସ ସଙ୍ଗ୍ ଚାମ୍ପିଅନ ଚାମ୍ପିଅନରେ ଗୀତରେ ଝୁମିଲେ ଗ୍ରେସିଆ ଓ ଜିଭା । ଡ୍ୱେନ୍ ବ୍ରାବୋ କ୍ରିକେଟ ମଇଦାନରେ ସମସ୍ତଙ୍କୁ ମନୋରଞ୍ଜନ କରୁଥିବା ବେଳେ ମଇଦାନର ବାହାରେ ମଧ୍ୟ ନିଜର ନିଆରା ଅନ୍ଦାଜରେ ଫାନ୍ସମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି ।

MS Dhoni, Dwayne Bravo Celebrate Suresh Raina's Daughter's Birthday

୨୦୧୬ରେ ବ୍ରାଭୋଙ୍କ ଗୀତ ଚାମ୍ପିଅନ ଚାମ୍ପିଅନ ବହୁ ହିଟ ହୋଇଥିବା ବେଳେ ଏହି ଗୀତ ଆଜି ବି ଲୋକପ୍ରିୟ ହୋଇ ରହିଛି । ଭାରତୀୟ କ୍ରିକେଟ ଓ ଆଇପିଏଲ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଖେଳୁଥିବା ସୁରେଶ ରାଏନାଙ୍କ ଝିଅର ମଙ୍ଗଳବାର ଦିନ ଜନ୍ମଦିନ ଥିଲା । ଏହି ଅବସରରେ ଝିଅ ଗ୍ରେସିଆକୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଚେନ୍ନାଇ ସୁପର କିଙ୍ଗସର ସଦସ୍ୟ ଓ ସର୍ମ୍ପକୀୟ ଯୋଗ ଦେଇଥିଲେ । ପାର୍ଟିରେ ଏମଏସ୍ ଧୋନୀ, ଡ୍ୱେନ ବ୍ରାଭୋ, ହରଭଜନ ସିଂ ଓ ତାଙ୍କ ପତ୍ନୀ ବାସରା ମଧ୍ୟ ସାମିଲ ହୋଇଥିଲେ । ତେବେ କେକ୍ କାଟିବା ପରେ ଧୋନୀ ଓ ବ୍ରାଭୋ ଗ୍ରେସିଆଙ୍କୁ ସ୍ପେଶିଆଲ ଗୀତ ଡେଡିକେଟ କରିଥିଲ ।