ସଫଳତାର ଆଉ ଏକ ମାଇଲ୍ ଖୁଂଟ ଛୁଇଁଲେ ଧୋନୀ ! ଦିନିକିଆରେ ପୂରଣ କଲେ ୧୦ ହଜାର ରନ୍ । 

294

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଶନିବାର ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ଦିନିକିଆରେ ଧୋନି ନିଜର ବହୁ ପ୍ରତିକ୍ଷୀତ ୧୦,୦୦୦ ରନ୍ ପୂରଣ କରିଛନ୍ତି । ଧୋନିଙ୍କ ବ୍ୟାଟରୁ ଏହା ଦେଖିବା ପାଇଁ କୋଟି କୋଟି କ୍ରିକେଟ ପ୍ରଶଂସକ ଅପେକ୍ଷା କରିଥିଲେ । କ୍ରିକେଟ ଇତିହାସରେ ଅନେକ ଗୁଡ଼ିଏ ରେକର୍ଡ ସୃଷ୍ଟି କରିଥିବା ଧୋନି ଭାରତୀୟ କ୍ରିକେଟକୁ ୧୦,୦୦୦ ରନ୍ ଦେବାକୁ ବହୁ ଦିନର ଲକ୍ଷ୍ୟ ରଖିଥିଲେ, ଯାହାକି ଶକ୍ତିଶାଳୀ ଟିମ୍ ଅଷ୍ଟ୍ରେଲିଆ ବିରୋଧରେ ସେ ପୂରଣ କରିଛନ୍ତି । ସବୁଠାରୁ ବଡ଼ କଥା ଯେ, ଏହି ଲକ୍ଷ୍ୟ ପୂରଣ କରିବାକୁ ଧୋନିଙ୍କୁ ଦୀର୍ଘ ୨ ମାସ ଅପେକ୍ଷା କରିବାକୁ ପଡ଼ିଛି ।

ଧୋନି ଭାରତ ପାଇଁ ଦିନିକିଆ କ୍ରିକେଟରେ ୧୦,୦୦୦ ରନ୍ ପୂରଣ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ରନ୍ କରିବା ପରେ ସେ ୧୦,୦୦୦ ରନ୍ କ୍ଲବରେ ସାମିଲ ହୋଇଯାଇଛନ୍ତି । ଏହା ପୂର୍ବରୁ ଧୋନି ଭାରତ ପାଇଁ ୯୯୯୯ ରନ୍ କରିଥିଲେ । ବର୍ଷ ୨୦୧୮ ନଭେମ୍ବରରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳି ଧୋନି ୯୯୯୯ ରନ୍ ପୂରଣ କରିଥିଲେ ।

ଦିନିକିଆରେ ୧୦,୦୦୦+ ରନ କରିଥିବା ଭାରତୀୟ :

୧) ସଚିନ ତେନ୍ଦୁଲକର: ୧୮,୪୨୬ ରନ୍

୨) ସୌରଭ ଗାଙ୍ଗୁଲି: ୧୧, ୩୬୩ ରନ୍

୩) ରାହୁଲ ଦ୍ରାବିଡ଼: ୧୦,୨୩୫ ରନ୍

୪) ବିରାଟ କୋହଲି: ୧୦,୨୩୫ ରନ୍

୫) ମହେନ୍ଦ୍ର ସିଂହ ଧୋନି: ୧୦,୨୨୪ ରନ୍

ସୂଚନାଯୋଗ୍ୟ ଧୋନି ପୂର୍ବରୁ ୧୦,୦୦୦ ରନ୍ ପୂରଣ କରିଥିଲେ କିନ୍ତୁ ଏଥିରୁ ସେ ୧୭୪ ରନ ଏସିଆ ଏକାଦଶ ପାଇଁ କରିଥିଲେ । ଧୋନି ଏହି ରନ୍ ଆଫ୍ରିକା ଏକାଦଶ ବିରୋଧରେ ଏସିଆ ଏକାଦଶ ତରଫରୁ ଖେଳି ହାସଲ କରିଥିଲେ ।