ଭୋଟ ଦେଲେ ମହେନ୍ଦ୍ର ସିଂ ଧୋନି । ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ଝିଅ ଜିଭା କଲେ ଅପିଲ, ଭିଡିଓ ହେଲା ଭାଇରାଲ ।

2,354

କନକ ବ୍ୟୁରୋ : ପଞ୍ଚମ ପର୍ଯ୍ୟାୟରେ ଆଜି ଦେଶର ବିଭିନ୍ନ ସ୍ଥାନରେ ଭୋଟଗ୍ରହଣ ହେଉଥିବା ବେଳେ ଅନେକ ସେଲିବ୍ରିଟି ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ଏପରିକି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଗଣତନ୍ତ୍ରର ଏହି ମହାପର୍ବରେ ନିଜକୁ ସାମିଲ କରିଥିଲେ । ପଞ୍ଚମ ପର୍ଯ୍ୟାୟରେ ଝାଡଖଣ୍ଡରେ ୪ଟି ଲୋକସଭା ଆସନ ପାଇଁ ନିର୍ବାଚନ ହେଉଥିବା ବେଳେ  ରାଞ୍ଚିର ଜବାହାର ବିଦ୍ୟା ମନ୍ଦିର ସ୍କୁଲର ୩୭୮ ନମ୍ବର ଭୋଟ ଦେଇଥିଲେ । ପୂର୍ବରୁ ଏହି ସ୍କୁଲରେ ପାଠ ମଧ୍ୟ ପଢିଛନ୍ତି ଧୋନି ।

ଅପରାହ୍ନ ୨ଟା ବେଳେ ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ମହେନ୍ଦ୍ର ସିଂହ ଧୋନି । ବାପା, ମାଆ ପତ୍ନୀ ସାକ୍ଷୀ ଓ ଝିଅ ଜିଭାଙ୍କୁ ସାଙ୍ଗରେ ଧରି ବୁଥରେ ପହଞ୍ଚିଥିଲେ ଧୋନି । ଆଉ ଭାରତର ଜଣେ ସଚେତନ ନାଗରିକ ଭାବେ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ମହେନ୍ଦ୍ର ସିଂହ ଧୋନି ଭୋଟ ଦେବାକୁ ଆସିଥିବା ଖବର ପ୍ରଚାର ହେବା ପରେ ବୁଥ ନିକଟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏପରିକି କିଛି ପ୍ରଂଶସକ ଧୋନିଙ୍କ ସହ ସେଲଫି ଉଠାଇବାର ସୁଯୋଗକୁ ହାତଛଡା କରିନଥିଲେ ।

ଜଣେ ସଚେତନ ନାଗରିକ ହିସାବରେ କେବଳ ଭୋଟ ଦେଇନଥିଲେ ଧୋନି ବରଂ ଅନ୍ୟ ମାନଙ୍କୁ ଭୋଟ ଦେବାକୁ ମଧ୍ୟ ପୋତ୍ସାହିତ କରିଥିଲେ । ଝିଅ ଜିଭା ମଧ୍ୟ ଲୋକଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।