ଓସ୍କାର ଦୌଡରେ ସାମିଲ୍ ହେଲା ସିନେମା “ସରବଜିତ’ ଓ “ଏମଏସ ଧୋନୀ’

23

ଓସ୍କାର ଦୌଡରେ ସାମିଲ୍ ହୋଇଛି ସିନେମା “ସରବଜିତ’ ଓ “ଏମଏସ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ’। ଏକାଡେମୀ ଅଫ ମୋସନ ପିକଚର ଆର୍ଟସ ଏଣ୍ଡ ସାଇନ୍ସ ପ୍ରସ୍ତୁତ କରିଥିବା ତାଲିକାରେ ଏହି ସିନେମାକୁ ସ୍ଥାନ ମିଳିଛି । ତେବେ ଦୁଇଟି ଯାକ ସିନେମା ହେଉଛି ବାୟୋପିକ । ଏଇ ଖବର ମିଳିବା ପରେ ସୁପରଷ୍ଟାର ଅମିତାଭ ବଚ୍ଚନ ସରବଜିତ ଟିମକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

ଓସ୍କାର ତାଲିକାରେ ୩୩୦ଟି ଫିଚର ସିନେମାକୁ ମଧ୍ୟ ସାମିଲ କରାଯୋଇଛି । ଏଥିିରେ ଭାରତୀୟ-ଆମେରିକାନ ସିନେନିର୍ମାତା ମୀରା ନାୟାରଙ୍କ ନିର୍ଦ୍ଦେଶିତ ‘କ୍ୱିନ ଅଫ କାଟବେ’ ମଧ୍ୟ ସାମିଲ ହୋଇଛି । ଏହା ବ୍ୟତୀତ ତାଲିକାରେ ମୁନଲାଇଟ, ମଞ୍ଚେଷ୍ଟର ଅଫ ଦ ସି, ସାଇଲେନ୍ସ,ଆରାଇବାଲ ଆଦି ସିନେମା ସାମିଲ ହୋଇଛି ।