ଡିଆରଡିଓ ପକ୍ଷରୁ ଆଜି ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ବାରାକ୍-୮ର ପରୀକ୍ଷଣ

28

ଚାନ୍ଦିପୁର : ଡିଆରଡିଓ ପକ୍ଷରୁ ଆଜି ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ବାରାକ୍-୮ର ପରୀକ୍ଷଣ କରାଯିବ । ଉଭୟ ଭାରତ ଓ ଇସ୍ରାଏଲ ବୈଜ୍ଞାନିକଙ୍କ ମିଳିତ ଉଦ୍ୟମରେ ଏହି ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ନିର୍ମାଣ କରାଯାଇଛି । ଭାରତୀୟ ବାୟୁସେନା ପାଇଁ ଡିଆରଡିଓ ଓ ଆଇଏଆଇ ଦ୍ୱାରା ସମ୍ପୂର୍ଣ୍ଣ ଆଧୂନିକ ଜ୍ଞାନ କୋ÷ଶଳରେ ତିଆରି ହୋଇଥିବା ଏହି କ୍ଷେପଣାସ୍ତ୍ର ଚାନ୍ଦିପୁର ଆଇଟିଆର ୩ନମ୍ବର ଲଂଚ ପ୍ୟାଡରୁ ପରୀକ୍ଷଣ କରାଯିବ ।

ଏହି କ୍ଷେପଣାସ୍ତ୍ରର ୬୦କିଲୋଗ୍ରାମ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ଏହା ଧୂମବିହିନ ଓ କଠିନ ଇନ୍ଧନରେ ଚାଳିତ ଏହି ରକେଟ ମୋଟର । ଶତ୍ରୁପକ୍ଷର ବିମାନ ଉପରେ ଆକ୍ରମଣ କରିବା ପାଇଁ ଅତ୍ୟନ୍ତ ଉପଯୋଗି ହେବ । ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ପାଇଁ ଲଂଚ ପ୍ୟାଡ ନିକଟସ୍ଥ ୮ଟି ଗାଁର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ବାସସ୍ଥାନ ଖାଲି କରିବାକୁ ନୋଟିସ ଦେଇଛି ଆଇଟିଆର ।