ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ମି.ବିନଙ୍କ ନିଧନ ଖବର ! ଗୁଜବ ନାଁ ସତ ଆସନ୍ତୁ ଜାଣିବା ।

75

ମିଷ୍ଟର ବିନଙ୍କ ନାମରେ ଲୋକପ୍ରିୟ ହୋଇଥିବା ପ୍ରସିଦ୍ଧ କମେଡିଆନ୍ ରୋବନ୍ ଏଟକିନ୍ସନଙ୍କୁ ଅବା କିଏ ନ ଜାଣେ । ତେବେ କିଛି ଦିନ ଧରି ମିଷ୍ଟର ବିନଙ୍କର ନିଧନର ଖବର ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ତେବେ ଏହି ଭାଇରାଲ୍ ଖବର ପଛରେ କେତେ ସତ୍ୟତା ଅଛି ଆଜି ଆମେ ଆପଣଭ୍କୁ କହିବାକୁ ଯାଉଛୁ ।

ଜୁଲାଇ ୮ ତାରିଖରୁ ଭାଇରାଲ୍ ହେଉଥିବା ଏହି ଫଟୋ ଉପରେ କୁହାଯାଉଛି ଯେ ଲସ୍ ଏଞ୍ଜେଲସରେ ତାଙ୍କର ଏକ କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । କିନ୍ତୁ ଆପଣଙ୍କ ଜ୍ଞାତ ସକାଶେ କହିରଖୁଛୁ ଏହା ଏକ ଗୁଜବ ଖବର । ତେବେ ଏଭଳି ଗୁଜବ ଭାଇରାଲ୍ ହେବା କିଛି ବଡ କଥା ନୁହଁ । ୨୦୧୬ ମସିହାରେ ସେ ଆତ୍ମହତ୍ୟା କରିଥିବା ଖବର ମଧ୍ୟ ସାମ୍ମାକୁ ଆସିଥିଲା ଏବଂ ପରେ ଏହା ଏକ ଗୁଜବ ବୋଲି ଜଣାପଡିଥିଲା । ରୋବନ୍ ନିଜ ଫିଲ୍ମ କ୍ୟାରିଅର୍ ଜେମ୍ସ ବୋଣ୍ଡ୍ ନାମକ ଏକ ଫିଲ୍ମର ସହ-କଳାକାର ଭାବେ ଆରମ୍ଭ କରିଥିଲେ । ଏହାପରେ ସେ ସାଇଲେଣ୍ଟ୍ ସିରିଜ୍ ମିଷ୍ଟର୍ ବିନ୍ ଜରିଆରେ ଖୁବ୍ ଚର୍ଚ୍ଚାରେ ଥିଲେ ।