ଓଡିଶାକୁ ଆସିବ ମହାବଳ ବାଘ ! ସାତ କୋଶିଆ ଅଭୟାରଣ୍ୟରେ ଛଡାଯିବ ମଧ୍ୟପ୍ରଦେଶ ବାଘ

67

କନକ ବ୍ୟୁରୋ : ଓଡିଶାକୁ ଆସିବ ମହାବଳ ବାଘ । ଅନ୍ୟ ରାଜ୍ୟରୁ ବାଘ ଆଣି ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ଛଡାଯିବ । ମହାବଳ ବାଘ ନେଇ ରାଜ୍ୟ ସରକାର ମଧ୍ୟପ୍ରଦେଶ ସରକାରଙ୍କୁ ଅନୁରୋଧ କରି ଚିଠି ଲେଖିଥିଲେ । ଏଥିରେ ସବୁଜ ସଂକେତ ଦେଇଛନ୍ତି ମଧ୍ୟ ପ୍ରଦେଶ ସରକାର । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏନେଇ ସୂଚନା ଦେଇଛନ୍ତି ।

ପ୍ରାଥମିକ ପର୍ଯ୍ୟାୟରେ ୨ରୁ ୩ଟି ବାଘ ଆଣିବାକୁ ଯୋଜନା କରାଯାଇଛି । ଆସନ୍ତାମାସରେ ସାତକୋଶିଆ ଅଭୟାରଣ୍ୟକୁ ମହାବଳ ବାଘ ଆସିପାରେ । ରାଜ୍ୟରେ ବାଘ ସଂଖ୍ୟା କମ୍ ଥିବା ଦୃଷ୍ଟିରୁ ଜୈବ ସନ୍ତୁଳନ ବିଗିଡି ଯାଉଛି । ଫଳରେ ବ୍ୟାଘ୍ର ଅଭୟାରଣ୍ୟରେ ହରିଣ, ସମ୍ଭର ଭଳି ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି । ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୬ରେ କରାଯାଇଥିବା ବାଘ ଗଣନା ଅନୁଯାୟୀ ସାତକୋଶିଆରେ ମାତ୍ର ଗୋଟିଏ ମହାବଳ ବାଘ ଅଛି । ତେଣୁ ଏହି ପ୍ରକ୍ରିୟା ଦ୍ୱାରା ବାଘ ବଂଶ ବୃଦ୍ଧି ହେବା ସହ ଜଙ୍ଗଲକୁ ଶୀକାରୀଙ୍କ ଅନଧିକାର ପ୍ରବେଶ ଉପରେ ମଧ୍ୟ ରୋକ ଲାଗିପାରିବ ବୋଲି ସରକାର ଆଶା ରଖିଛନ୍ତି ।