କଥା ରଖିଲେ ନବୀନ ! ପ୍ରଥମ ୨ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ୩ ମହିଳାଙ୍କୁ ଟିକେଟ ଦେଲେ ବିଜେଡ଼ି ସୁପ୍ରିମୋ

1,380

କନକ ବ୍ୟୁରୋ : ୨୦୧୯ ମହାସମର ପାଇଁ ସିପାହୀ ପ୍ରସ୍ତୁତ କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।   ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ନିର୍ବାଚନ ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ୯ ଟି ଲୋକସଭା ଓ ୫୪ ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ୯ଟି ଲୋକସଭାରୁ ୩ଟି ଆସନ ପାଇଁ ୩ ମହିଳାଙ୍କୁ ସାମ୍ନାକୁ ଆଣିଛନ୍ତି ନବୀନ । ପୂର୍ବରୁ ଦେଇଥିବା କଥା ରଖିଛନ୍ତି ନବୀନ ପଟ୍ଟନାୟକ । ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ସଂରକ୍ଷଣ ଦେବାପାଇଁ ଘୋଷଣା କରିଥିଲେ ନବୀନ ।  ନିଜ କଥାରେ ଅଟଳ ରହିଛନ୍ତି ନବୀନ । ୯ ଜଣ ଲୋକସଭା ପ୍ରାର୍ଥୀରୁ ୩ ଜଣ ମହିଳା ସୀପାହିଙ୍କୁ ତୟାର କରିଛନ୍ତି । ଖାଲି କଥାରେ ନୁହଁ ୩ ମହିଳାଙ୍କୁ ଲୋକସଭା ଟିକେଟ ଦେଇ ପ୍ରମାଣ କରିଦେଇଛନ୍ତି ନବୀନ ।

ମୋଟ ୯ଟି ଲୋକସଭା ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା ହୋଇଛି । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର କୋରାପୁଟ, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର , କନ୍ଧମାଳ ଓ ଆସ୍କା ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡ଼ି ମୁଖିଆ । ଏଥିମଧ୍ୟରୁ କୋରାପୁଟ ଆସନରୁ କୌଶଲ୍ୟା ହିକ୍କା, ଆସ୍କାରୁ ପ୍ରମିଳା ବିଶୋୟୀ ଓ ସୁନ୍ଦରଗଡ଼ରୁ ସୁନୀତା ବିଶ୍ୱାଳଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ବାଛିଛନ୍ତି ବିଜେଡ଼ି ସୁପ୍ରିମୋ । ନିର୍ବାଚନ ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ବିଜେଡିର ୩ ମହିଳା ପ୍ରାର୍ଥୀଙ୍କୁ ଆଣିଛନ୍ତି ସାମ୍ନାକୁ ଆଣିଛନ୍ତି ନବୀନ । ରାଜ୍ୟରେ ପୁଣି ଥରେ ବିଜୟ ବାନା ଉଡ଼ାଇବା ପାଇଁ ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯାଇଥିବା କଥା ସ୍ପଷ୍ଟ ଜଣାପଡ଼ୁଛି   ।

ସୂଚନାଯୋଗ୍ୟ ନବୀନ ପଟ୍ଟନାୟକ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଦେବାପାଇଁ ଘୋଷଣା କରିଥିଲେ । ତେବେ ତାଲିକା ଘୋଷଣା ପରେ ସ୍ପଷ୍ଟ ଚିତ୍ର ଆସିଯାଇଛି । ମହିଳାଙ୍କୁ ପ୍ରାଧାନ୍ୟ ଦେଇ ପୁଣି ଥରେ ଜିତିବା ପାଇଁ  ଗୋଟିଚାଳନା କରିଛନ୍ତି ନବୀନ ।