ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କ ଗିରଫ ପ୍ରତିବାଦ : ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜୀ

43

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଟିଏମସି ସାଂସଦଙ୍କ ଗିରଫ ପ୍ରତିବାଦ । ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ଅଭିଯୋଗରେ ସୁଦୀପ ବନ୍ଦୋପାଧ୍ୟାୟ ଓ ତାପସ ପାଲଙ୍କୁ ଗିରଫ କରାଯାଇଥିବା ପ୍ରତିବାଦରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜୀ । ପଶ୍ଚିମବଙ୍ଗର ଟିଏମସି ସାଂସଦ ଓ କର୍ମୀମାନେ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜୀ କରିଛନ୍ତି ।

ଗତକାଲି ସୁଦୀପଙ୍କୁ କୋଲକାତାରୁ ଭୁବନେଶ୍ୱରକୁ ଅଣାଯାଇଛି । ଆଜି ତାଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେଇପାରେ ସିବିଆଇ । ପୂର୍ବରୁ ଗିରଫ ହୋଇ ରିମାଣ୍ଡରେ ଥିବା ଟିଏମସି ସାଂସଦ ତାପସ ପାଲଙ୍କ ସହ ସୁଦୀପଙ୍କୁ ସିବିଆଇ ମୁହାଁମୁହିଁ ଜେରା କରିବ ବୋଲି ଜଣାପଡିଛି ।

ଗତକାଲି ତାପସ ପାଲଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ତାଂକୁ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ତାପରେ ପୁଣି ୪ଦିନିଆ ରିମାଣ୍ଡରେ ନେବାପାଇଁ ଆବେଦନ କରିଥିଲା ସିବିଆଇ । ତେବେ ଜିଲ୍ଲା ଦୈାରାଜଜ୍ ତାପସ ପାଲଙ୍କୁ ୩ ଦିନିଆ ରିମାଣ୍ଡରେ ନେବାପାଇଁ ଅନୁମତି ଦେଇଛନ୍ତି । ସାଂସଦ ତାପସ ପାଲଙ୍କୁ ପୁଣି ୩ଦିନିଆ ରିମାଣ୍ଡରେ ନେଲା ସିବିଆଇ । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :