ମଧ୍ୟପ୍ରଦେଶ : ଯାଆଁଳା ଭାଇଙ୍କ ହତ୍ୟାକାଣ୍ଡରେ ୬ ଜଣ ଅଭିଯୁକ୍ତ ବାହାରିଲେ ବଜରଙ୍ଗ ଦଳର ସଦସ୍ୟ ! ଜବତ ହୋଇଥିବା ଗାଡିରେ ଲାଗିଛି ବିଜେପି ପତାକା । 

762

ମଧ୍ୟପ୍ରଦେଶରେ କିଛି ଦିନ ତଳେ ଏକ ସ୍କୁଲ ବସରୁ ଅପହରଣ ହୋଇଥିବା ଦୁଇ ଜାଆଁଳା ଭାଇଙ୍କ ଶବକୁ ପୋଲିସ୍ ଜବତ କରିଛି । ଦୁଇ ଶିଶୁଙ୍କ ଶବକୁ ପୋଲିସ୍ ଉତ୍ତରପ୍ରଦେଶର ବାନ୍ଦାରୁ ଜବତ କରିଛି । ଶିଶୁଙ୍କ ନାଁ ଦେବାଶଂ ଏବଂ ପ୍ରିୟାଶଂ କୁହାଯାଉଥିବା ବେଳେ ବାପାଙ୍କ ଠାରୁ ୨୦ ଲକ୍ଷ ଟଙ୍କା ନେବା ପରେ ବି ଅପହରଣକାରୀ ଦୁଇ ଶିଶୁଙ୍କ ହତ୍ୟା କରି ଶବକୁ ଯମୁନା ନଦୀରେ ଭସାଇ ଦେଇଥିଲେ । ଏହି ମାମଲାରେ ପୋଲିସ୍ ୬ ଜଣ ଅପରାଧିଙ୍କୁ ଗିରଫ କରିଥିଲେ । ତେବେ ଏହି ଘଟଣା ଏବେ ଲୋକଙ୍କୁ ରାଜରାସ୍ତାକୁ ଆଣିଦେଇଛି । ଯାଆଁଳା ଭାଇଙ୍କ ହତ୍ୟାକାରୀକୁ ଫାଶୀ ଦେବା ପାଇଁ ପ୍ରଦର୍ଶନ କରାଯାଉଛି । ମଧ୍ୟପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ୍ ସିଂହ ଚୌହାନ ମଧ୍ୟ ସତନାରେ ହୋଇଥିବା ଏହି ହତ୍ୟାକାଣ୍ଡର ନିନ୍ଦା କରିଛନ୍ତି ଏବଂ ଏହାର ସିବିଆଇ ଜାଞ୍ଚ୍ କରିବା ପାଇଁ କହିଛନ୍ତି ।

ସେପଟେ ପୋଲିସ୍ ଏହି ହତ୍ୟାକାଣ୍ଡ ଉପରୁ ବଡ ଖୁଲାସା କରିଛି । ପୋଲିସ୍ କହିଛି ଯେ ଅଭିଯୁକ୍ତମାନେ ବିଜେପିର ପତାକା ଲାଗିଥିବା ବୋଲେରୋ ଜିପ୍ କୁ ବ୍ୟବହାର କରିଥିଲେ । ଅନ୍ୟପକ୍ଷରେ ଆଉ ଏକ ବାଇକ୍ ମଧ୍ୟ ଜବତ କରାଯାଇଛି ଯେଉଁଥିରେ ‘ରାମରାଜ୍ୟ’ ଲେଖାହୋଇଛି । ମୁଖ୍ୟ ଅଭିଯୁକ୍ତକୁ ବଜରଙ୍ଗ ଦଳର ଜଣେ ସଦସ୍ୟ ବୋଲି କୁହାଯାଉଛି । ଏହି ଘଟଣାର ମାଷ୍ଟରମାଇଣ୍ଡ ହେଉଛନ୍ତି ପଦ୍ମ ଶୁକ୍ଳା ଏବଂ ବିଷ୍ଣୁ ଶୁକ୍ଳା ।

ଅପହରଣ ସମୟରେ ବିଜେପି ପତାକା ଲାଗିଥିବା ବାଇକ୍ ବ୍ୟବହୃତ ହୋଇଥିଲା । ଅନ୍ୟପକ୍ଷରେ ସୋସିଆଲ୍ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଅଭିଯୁକ୍ତ ପଦ୍ମ ଶୁକ୍ଳା ବିଜେପି ସମେତ ଅନ୍ୟ ହିନ୍ଦୁବାଦୀ ସଂଗଠନ ନେତାଙ୍କ ସହ ଦେଖାଯାଉଛନ୍ତି । ତେବେ ଏମାନଙ୍କ ବିଷୟରେ ଅଧିକ ଛାନଭିନ୍ କରାଯାଉଛି ।