ମଧ୍ୟପ୍ରଦେଶରେ ଚଳନ୍ତାକାରରେ ଚାଲୁଥିଲା ସେକ୍ସରାକେଟ୍ : ଭୋପାଳଠାରୁ ମହାରାଷ୍ଟ୍ରର ପର୍ଯ୍ୟନ୍ତ ଲମ୍ବିଛି ଚେର

126

କନକ ବ୍ୟୁରୋ : ମଧ୍ୟ-ପ୍ରଦେଶର ରାଜଧାନୀ ଭୋପାଳଠାରେ ସ୍ଥାନୀୟ ପୋଲିସ ଏକ ସେକ୍ସରାକେଟ୍ ପର୍ଦ୍ଦାଫାସ କରିଛି । ଏହି ରାକେଟ୍ କେଉଁ ଘରେ କିମ୍ବା ପାଲରରେ ନୁହେଁ ବରଂ ରାସ୍ତା କଡରେ କାର ମଧ୍ୟରେ ଚାଲୁଥିଲା । ଏହି ଘଟଣା ଅନେକ ଦିନ ହେବ ଚାଲୁଥିଲେ ମଧ୍ୟ କାହାକୁ ବି ସନ୍ଦେହ ନଥିଲା । କାରଣ ରାସ୍ତା କଡରେ ଛିଡା ହୋଇ ତାହା ମଧ୍ୟରେ ଏପରି କରାଯାଉଥିବ ବୋଲି କାହାର ସନ୍ଦେହ ହେବାର ଡର ନଥିଲା । ତେବେ କୈାଣସି ମତେ ପୋଲିସ ଖବର ପାଇ ଏହି କାରକୁ ଜବତ କରିଥିବା ଜଣାପଡିଛି । ଏହି ରାକେଟ୍ କେବଳ ଭୋପାଲ ନୁହେଁ ବରଂ ମହାରାଷ୍ଟ୍ର ପର୍ଯ୍ୟନ୍ତ ଲମ୍ବିଥିବା ପ୍ରାଥମିକ ତଦନ୍ତରୁ ଡଣାପଡିଛି ।

ଏହି ରାକେଟ୍ରେ ସମ୍ପୃକ୍ତ ଦଲାଲଙ୍କୁ ମଧ୍ୟ ପୋଲିସ ନିଜ ହେପାଜତକୁ ନେଇଛି । ସେମାନଙ୍କୁ ଯେତେବେଳେ ଗିରଫ କରାଯାଇଥିଲା ସମସ୍ତଙ୍କ ପାଖରୁ ଆପତ୍ତିଜନକ ସାମଗ୍ରୀ ମିଳିଥିବା ପୋଲିସ କହିଛି । ପୂର୍ବରୁ ଭୋପାଳର ରାସ୍ତା ପାଖରେ ଏକ ସ୍କର୍ପିଓ ରଙ୍ଗ୍ ରୁଟରେ ଅତ୍ୟନ୍ତ ଖୀପ୍ର ଗତିରେ ଯାଉଥିବାର ଦେଖାଯାଇଥିଲା । ତେଣୁ ସେଠାରେ ପେଟ୍ରୋଲିଂ କରୁଥିବା ପୋଲିସ ଏହାର ପିaଛା କରିବା ବେଳେ ସେ କେଉଁ ଆଡେ ପଳାଇଥିଲା । ତେଣୁ ପୋଲିସ ସନ୍ଦେହ କରି ଆଲର୍ଟ ରହିଥିଲ । କିନ୍ତୁ ପରେ ଏହି ଘଟଣା ସମ୍ପର୍କ ବିଷୟରେ ସମସ୍ତ କଥା ପୋଲିସ ଜାଣିବା ସହ ରାକେଟ୍କୁ ଧରିଥିଲା । ଘଟଣାସ୍ଥଳରୁ ରାହୁଲ ନାମକ ଜଣେ ଦଲାଲ ସହ ଜଣେ ଯୁବକ ଓ ଦୁଇ ଜଣ ଯୁବତୀଙ୍କୁ ଗିରଫ କରାଯାଇଛି ।

ପରେ ଜଣାପଡିଥିଲା କି ଘଟଣାର ମାଷ୍ଟରମାଇଣ୍ଡ ହେଉଛି ଦିଲ୍ଲୀପ କୁମାର ଗୋୟେଲ । ପୋଲିସକୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀପ ସେଠାକାର ‘ଦାନପାନୀ’ ରେଷ୍ଟୁରାଣ୍ଟରେ ଅଛି । ଖବର ପାଇବା ପରେ ମହିଳାଥାନା ଅଧିକାରୀ ଓ ରାହାପୁର ଥାନାର ଏକ ଟିମ ରେଷ୍ଟୁରାଣ୍ଟରେ ପହଞ୍ଚି ଘେରାବନ୍ଦୀ କରିଥିଲେ । ପରେ ଦିଲ୍ଲୀପଙ୍କୁ ଦୁଇ ଯୁବତୀଙ୍କ ସହ ଆପତ୍ତି ଜନକ ଅବସ୍ଥାରେ ହେପାଜତକୁ ନେଇଥିଲା । ତେବେ ହୋଟେଲରେ ଦିଲ୍ଲୀପ ନିଜର ପରିଚୟ ଭୁଲ ଦେଇଥିବା ଜଣାପଡିଛି । ତେବେ ଯୁବତୀଙ୍କୁ ପଚରା ଉଚରା ସମୟରେ ଜଣାପଡିଛି ଯେ, ସେ ମହାରାଷ୍ଟ୍ରର ରୁହନ୍ତି । ତାଙ୍କୁ କାମ କରିବା ଲାଗି ଆଣି ଏପରି କାମରେ ନିୟୋଜିତ କରାଯାଇଛି । ତେବେ ସେମାନଙ୍କୁ ଗ୍ରାହକମାନଙ୍କ ନିକଟକୁ କାର ସାହାର୍ଯ୍ୟରେ ପଠାଯାଏ । ବେଳେ କାରରେ ମଧ୍ୟ ଦେହବେପାର ହେଉଥିବା ଯୁବତୀ ଜଣକ ପୋଲିସକୁ ସୂଚନା ଦେଇଛନ୍ତି । ପରେ ପୋଲିସ ତଲାସି କରିବାପରେ ୫ ହଜାର ଟଙ୍କାର ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ଏହି ର୍ୟାକେଟ୍ ଦିଲ୍ଲୀ, ବମ୍ବେ, ବିହାର, କଲିକତା ଆଦି ରାଜ୍ୟରେ କାମ କରୁଥିବା ନେଇ ସେଠାକାର ପୋଲିସ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି । ତେବେ ଘଟଣାର ତଦନ୍ତ ସରିବା ପରେ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି ।