ନିଜକୁ ନିଆଁ ଲଗାଇଦେଲେ ସ୍ତ୍ରୀ, ବଂଚାଇବା ପରିବର୍ତ୍ତେ ପରିବାର ଲୋକଙ୍କୁ କଲରେ ଘଟଣା ସମ୍ପର୍କରେ କମେଣ୍ଟ୍ରି କରି ଜଣାଇବାରେ ଲାଗିଲା ସ୍ୱାମୀ

278

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଅତି ସାଧାରଣ କଥା । ହେଲେ ସ୍ୱାମୀ- ସ୍ତ୍ରୀଙ୍କ ଝଗଡ଼ା ପାଇଁ ଜୀବନ ଦେଇଦେବା କେତେଦୂର ଠିକ । ଆଉ ଜଣେ ଆତ୍ମହତ୍ୟା କରୁଥିବା ବେଳେ ତାକୁ ବଂଚାଇବା ପରିବର୍ତ୍ତେ କପରିବାର ଲୋକଙ୍କୁ କଲରେ କମେଣ୍ଟ୍ରି କରି ଘର ଲୋକଙ୍କୁ ଶୁଣାଇବା କେତେ ନିଷ୍ଠୁର । ଏପରି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ହୋଶଙ୍ଗାବାଦରେ ।

ସୂଚନା ଅନୁସାରେ ବାବଇ ରୋଡ୍ ସ୍ଥିତ ତିଓ୍ବାରୀ କଲୋନୀରେ ରହୁଥିଲେ କୁଲଦୀପ  ଏବଂ ତାଙ୍କ ପତ୍ନୀ କଳ୍ପନା । ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହୁଏ । ଆଉ ସ୍ତ୍ରୀ ସବୁଦିନ ଆତ୍ମହତ୍ୟା କରିଦେବ ବୋଲି ଧମକ ଦିଏ । କିନ୍ତୁ ଏଥର ସ୍ବାମୀ ସହ ଝଗଡା ହେବା ପରେ ମହିଳା ଜଣଙ୍କ ରୋଷେଇ ଘରକୁ ଯାଇ ନିଜ ଦେହରେ କିରୋସିନି ଢାଳିହୋଇପଡିଥିଲେ । ଆଉ ସ୍ତ୍ରୀ ହାତରେ ସେତେବେଳେ ଥିଲା ମାଚିସ୍ ଏବଂ ସ୍ବାମୀ ରୋଷଇଘର ବାହାରେ । ସ୍ବାମୀ ଫୋନ୍ ରେ ନିଜ ସଂପର୍କୀୟମାନଙ୍କୁ ସ୍ତ୍ରୀର ନିଜକୁ କିପରି କିରୋସିନି ଢ଼ାଳି ଜଳାଉଛି, ସେ ବିଷୟରେ କହିବାକୁ ଲାଗିଲେ । ନିଆଁରେ ଜଳୁଥିବା ସ୍ତ୍ରୀକୁ ବଞ୍ଚାଇବା ବଦଳରେ ସ୍ବାମୀ ନିଜ ସଂପର୍କୀୟମାନଙ୍କୁ ସ୍ତ୍ରୀର ଚିତ୍କାର ଶୁଣାଉଥିଲା ।

ମହିଳାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେତେବେଳକୁ ଡେରି ହୋଇଯାଇଥିଲା । ଅଧାରୁ ଅଧିକ ଶରୀରର ଜଳିସାରିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ସମୟରେ ସ୍ବାମୀ କଥାବାର୍ତ୍ତା ହେଉଥିବାର ଏକ ଅଡିଓ ମଧ୍ୟ ପୋଲିସ ଜବତ କରିଛି । ଯାହାକୁ ଆଧାର କରି ପୋଲିସ ମାମଲାର ଯାଞ୍ଚ କରୁଛି । ମୃତ ମହିଳାଙ୍କ ପରିବାରଲୋକ ସ୍ବାମୀଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଛନ୍ତି ।