ବଳଦ ବଦଳରେ ଝିଅ ଟାଣିଲେ ଯୁଆଳି ! ପଢନ୍ତୁ ଜଣେ ଦୁଃଖୀ ଚାଷୀର ଅସହାୟ କାହାଣୀ

203

ଋଣ ବୋଝ ନେଲା ଚାଷୀର ଜୀବନ । ଋଣରୁ ମୁକ୍ତି ପାଇଁ ଚାଷୀଙ୍କ ବିକ୍ଷୋଭ । ଆଉ ବିକ୍ଷୋଭ ବେଳେ ଗିରଫ ହେଲେ ଚାଷୀ । ଚାଷୀଙ୍କ ଉପରକୁ ପୁଲିସର ଫାୟାରିଙ୍ଗ୍ । ଏମିତି ଅନେକ ଖବର ଟେଲିଭିଜନ୍ ପରଦା ଏବଂ ଖବରକାଗଜରେ ପଢିଥିବେ । କିନ୍ତୁ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ କୌଣସି ସଭ୍ୟ ସମାଜର ମୁଣ୍ଡ ତଳକୁ ହୋଇଯିବ ।

ମଧ୍ୟପ୍ରଦେଶର ଜଣେ ଚାଷୀ ବଳଦ ପରିବର୍ତ୍ତେ ନିଜ ନାବାଳିକା ଝିଅଙ୍କ ଦ୍ୱାରା ବିଲରେ କରିଛନ୍ତି ହଳ । ଆଉ କାରଣ ହେଉଛି ଆର୍ଥିକ ସମସ୍ୟା । କାରଣ ହେଉଛି ଅପଙ୍ଗ ହୋଇ ପଡିଥିବା ସରକାରୀ ଯୋଜନା । ଖବର ଅନୁସାରେ, ବଳଦ କିଣିବାକୁ ପାଖରେ ଟଙ୍କା ନଥିବାରୁ ଏପରି ପଦକ୍ଷେପ ନେଇଛନ୍ତି ଚାଷୀ ଜଣକ । ଆଉ ଜାଣି ଆଶ୍ଚର୍ଯ୍ୟ ହେବେ ଉଭୟ ନାବାଳିକାଙ୍କ ବୟସ ହେଉଛି ମାତ୍ର ୮ ବର୍ଷ ଏବଂ ୧୪ବର୍ଷ । ଆର୍ଥିକ ସମସ୍ୟା ଯୋଗୁଁ ୮ ଶ୍ରେଣୀ ପରେ ଉଭୟଙ୍କ ପାଠ ପଢାରେ ଲାଗିଯାଇଛି ଡୋରୀ ।

ଚାଷୀଙ୍କ ଆତ୍ମହତ୍ୟା ଖବର ପରେ ଏବେ ଏପରି ଦୃଶ୍ୟ ବୟାନ୍ କରୁଛି କେତେ ଅସହାୟ ଚାଷୀ କୂଳ । ଆଉ ଏହା ସହ ପ୍ରମାଣିତ ହେଉଛି ଚାଷୀଙ୍କ ହିତ ପାଇଁ ଆସୁଥିବା ଯୋଜନା ସବୁ କେବଳ ସରକାରୀ ଦସ୍ତାବିଜରେ ବନ୍ଧା ପଡିଛି ।