ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରେ ତେଜୁଛି ବିବାଦ ! ପୋଲିସର ଲାଠିଚାର୍ଜ, ଆହତ ହେଲେ ସାଂସଦ ଧର୍ମେନ୍ଦ୍ର ଯାଦବ ।

79

ଉତ୍ତରପ୍ରଦେଶ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବା ପରେ ଜୋର ଧରିଛି ବିବାଦ । ଏହାକୁ ନେଇ ଉତ୍ତରପ୍ରଦେଶରେ ଉଷ୍ମ ହୋଇଛି ରାଜନୀତି । ଛାତ୍ର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଛି । ଯେଉଁଥିରେ ସାଂସଦ ଧର୍ମେନ୍ଦ୍ର ଯାଦବ ଆହତ ହୋଇଥିବା ଜଣାପଡିଛି । ଯାହାକୁ ନେଇ ବିବାଦ ତେଜିବାରେ ଲାଗିଛି ।

ସୂଚନା ଅନୁଯାୟୀ, ଆଜି ସମାଜବାଦି ଛାତ୍ର ସଂଘର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଖିଳେଶ ଯୋଗାଦେବାର କାର୍ଯ୍ୟକ୍ରମ ଥିବାବେଳେ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇ ଦିଆଯାଇଥିଲା  । ଏନେଇ ଅଖିଳେଶ ଟୁଇଟ କରି କହିଥିଲେ ଯେ, ଛାତ୍ର ନେତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ସରକାର ଏତେ ଡରୁଛନ୍ତି ଯେ, ତାଙ୍କୁ ଏୟାରପୋର୍ଟରେ ଅଟକ ରଖିଥିଲେ  । ସେପଟେ ସପା କର୍ମକର୍ତାମାନେ ପ୍ରୟାଗରାଜରେ ଏନେଇ ପ୍ରତିବାଦ ମଧ୍ୟ କରିଥିଲେ  । ରାସ୍ତା ମଝିରେ ବସିରହି ସେମାନେ ମୋଦି ଓ ଯୋଗୀ ସରକାରଙ୍କ ବିରୋଧରେ ବର୍ଷିଥିଲେ  ।

ସେପଟେ ପୁରା ଘଟଣାକୁ ନେଇ ତୀବ୍ର ହିଂସା ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ କହିଛନ୍ତି, ସପା କର୍ମକର୍ତ୍ତାଙ୍କୁ ଏଭଳି ବିଶୃଙ୍ଖଳାରୁ ଦୂରେଇ ରହିବା ଆବଶ୍ୟକ । ତେବେ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅପିଲ କରାଯାଇଥିଲା ଯେ, ଅଖିଲେଶଙ୍କ ଆସିବା ଦ୍ୱାରା ଆଇନ ବିଶୃଙ୍ଖଳା ସମସ୍ୟା ଦେଖାଦେଇପାରେ । କାହିଁକି ନା ତାଙ୍କ ଛାତ୍ର ସଂଗଠନ ମଧ୍ୟରେ ବିବାଦ ଚାଲିଛି । ଆଉ ଏଥିପାଇଁ ଏଭଳି କରାଯାଇଥିବା ଯୋଗୀ ସଫେଇ ଦେଇଛନ୍ତି । ଘଟଣାକୁ ନେଇ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଛି । ଯେଉଁଥିରେ ସାଂସଦ ଧର୍ମେନ୍ଦ୍ର ଯାଦବ ଆହତ ହୋଇଥିବା ଜଣାପଡିଛି ।

ମତାମତ

Your email address will not be published.