ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଅଭାବନୀୟ ଘଟଣା ! ସବୁ ଚିକେନ୍ ଖାଇଦେବାରୁ ପୁଅକୁ ହତ୍ୟା କଲା ବାପା

171

ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବାପା ସାମାନ୍ୟ ଚିକେନ୍ ପାଇଁ ପୁଅକୁ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବାରେ ଲାଗିଛି । ତେବେ ମୃତକଙ୍କ ପତ୍ନୀ ଭୁରିବାଇ ଏନେଇ ଟାଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ଏହି ମାମଲା ଆଧାରରେ ପୁଲିସ ଅଭିଯୁକ୍ତ ଛୋଟୁ ବାଘେଲାଙ୍କୁ ଗିରଫ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଧାର ଜିଲ୍ଲା ଟାଣ୍ଡା ଥାନା ଅନ୍ତର୍ଗତ ଖରବାଳି ଗ୍ରାମରେ ଛୋଟୁ ବାଘେଲା ବସବାସ କରନ୍ତି । ଛୋଟୁଙ୍କ ପୁଅ ହିରା ବାଘେଲା । ଛୋଟୁ ଓ ହିରାଙ୍କ ମଧ୍ୟରେ ଚିକେନ ଖାଇବାକୁ ନେଇ ପାଟିତୁଣ୍ଡ ହୋଇଥିଲା । କାରଣ ଛୋଟୁ ଆଣିଥିବା ସବୁତକ ଚିକେନ ଖାଇଦେଇଥିଲା ପୁଅ । ପୁଅ ସବୁ ଚିକେନ୍ ଖାଇ ଦେଇଥିବା ଜାଣି ରାଗିଯାଇଥିଲେ ଛୋଟୁ । ଏବଂ ପାଖରେ ଥିବା ଏକ ଧାରୁଆ ଛୁରୀରେ ପୁଅ ଉପରକୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ପୁଅ ହିରାର ମୃତ୍ୟୁ ହୋଇଯାଇଥିଲା ।