ଆଜି ଓଡ଼ିଶା ଆସୁଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ! ବରଗଡ଼ରେ ଆୟୋଜିତ ‘ସବ୍ କା ସାଥ୍ ସବ୍ କା ବିକାଶ’ କାର୍ଯ୍ୟକ୍ରମରେ ହେବେ ସାମିଲ

31

କନକ ବ୍ୟୁରୋ: ଆଜି ବରଗଡ଼ ଆସୁଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ । ବିଜେପିର ‘ସବ୍ କା ସାଥ୍ ସବ୍ କା ବିକାଶ’ କାର୍ଯ୍ୟକ୍ରମରେ ମୋଦି ସରକାରର ୩ବର୍ଷର ସଫଳତା ବଖାଣିବେ ଏହି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ଶିବରାଜଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି । ତେବେ ଚାଷୀ ନିଜ ଦାବି ନେଇ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କୁ ଗୁଳି କରି ହତ୍ୟା କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାରେ ତୀବ୍ର ବିରୋଧ କରାଯିବ ବୋଲି ବିଜେଡି କହିଛି ।