କେନ୍ଦ୍ରପଡ଼ା ରାଜନୀତି ସରଗରମ : ସଭାସ୍ଥଳକୁ ଯିବା ପାଇଁ ସାଂସଦକୁ ମନାକଲେ କେନ୍ଦ୍ରପଡ଼ା ପୁଲିସ

29

କେନ୍ଦ୍ରପଡ଼ା : ଗଣ୍ଡଗୋଳ ଆଶଙ୍କା କରି କେନ୍ଦ୍ରପଡ଼ା ପୁଲିସ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସଭାକୁ ନଯିବା ପାଇଁ କହିଥିଲେ,ଏ କଥା ଟ୍ୱିଟ୍ କରି ଜଣାଇଥିଲେ ସାଂସଦ । ଏହା ସହ ସେ ଲେଖିଛନ୍ତି, “ମୁଁ ଗୁଣ୍ଡାଙ୍କୁ ଡରୁ ନାହିଁ ‘ । ତାଙ୍କୁ ନିୟନ୍ତ୍ରଣ କରିବା ପୁଲିସର କର୍ତବ୍ୟ ।

ମହାକାଳପଡାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ନଦେବା ପାଇଁ ପୁଲିସଠାରୁ ମେସେଜ ପାଇଛି । କିନ୍ତୁ ମୁଁ ଯିବି, ଯଦି କିଛି ଆଇନ ଶୃଙ୍ଖଳା ପରିସ୍ଥିତି ଅଛି, ତେବେ କାର୍ଯ୍ୟକ୍ରମକୁ ବାତିଲ କରାଯାଉ ନହେଲେ ସେମାନଙ୍କୁ ଗିରଫ କରାଯାଉ ।

ଆହୁରି ମଧ୍ୟ ସେ କହିଛନ୍ତି, ନିକଟରେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା ଜଣେ ସହଯୋଗୀ ମୋତେ ମହାକାଳପଡା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗନଦେବାକୁ ଧମକ ଦେଇଛନ୍ତି ।