ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ିବାକୁ ମିଳିଲା ଅନୁମତି, କିନ୍ତୁ ନିର୍ବାଚନୀ ପ୍ରଚାର ଉପରେ ଲାଗିଲା ପ୍ରତିବନ୍ଧକ । ଜାଣନ୍ତୁ କାହିଁକି

55

ମଧ୍ୟପ୍ରଦେଶର ମନ୍ଦସୌର ବିଧାନସଭା କ୍ଷେତ୍ରରେ ଏଥର ଏକ ଅଦ୍ଭୁତ ମାମଲା ସାମନାକୁ ଆସିଛି । ଗତ ଦେଢ଼ ବର୍ଷରୁ ଭିନ୍ନ ଭିନ୍ନ କାରଣରୁ ଅନେକ ଥର ଚର୍ଚ୍ଚାରେ ରହିଛି ମନ୍ଦସୌର । ଏଥର ମଧ୍ୟ ଚର୍ଚ୍ଚାକୁ ଆସିଛି । ଜିଲ୍ଲାରୁ ବାହାର ହୋଇସାରିଥିବା ଅନିଲ ସୋନିଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅନୁମତି ତ ମିଳିଗଲା, କିନ୍ତୁ ଏବେ ପ୍ରଶାସନ ଜିଲ୍ଲାରେ ପ୍ରଚାର-ପ୍ରସାର କରିବା ପାଇଁ ପ୍ରତିବନ୍ଧକ ଲଗାଇଛି । ଏହି ମାମଲାରେ ତାଙ୍କର ଦଳ ‘ହିନ୍ଦୁସ୍ତାନ ଶକ୍ତି ସେନା’ ସ୍ଥାନୀୟ ନେତାଙ୍କ ବିରୁଦ୍ଧରେ ପ୍ରଶାସନ ଉପରେ ଚାପ ପକାଇବାର ଅଭିଯୋଗ ଆଣିଛି ।

ସୂଚନାଯୋଗ୍ୟ, ଅନିଲ ସୋନିଙ୍କୁ ୨୭ ଅକ୍ଟୋବର ଦିନ ପ୍ରଶାସନ ୬ ମାସ ପାଇଁ ଜିଲ୍ଲାରୁ ବାହାର କରିଦେଇଥିଲେ । ଏହାପରେ ସୋନି ଅଦାଲତରୁ ବିଧାନସଭା ନିର୍ବାଚନ ଲଢ଼ିବାର ଅନୁମତି ମାଗିଲେ । ଅଦାଲତର ଅନୁମତି ପରେ ସୋନି ‘ହିନ୍ଦୁସ୍ତାନ ଶକ୍ତି ସେନା’ର ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଦେଲେ । ନିର୍ବାଚନ ଆୟୋଗର ୱେବସାଇଟରେ ତାଙ୍କୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ରଖାଯାଇଛି । କିନ୍ତୁ ଏବେ ମନ୍ଦସୌର ଜିଲ୍ଲା ମାଜିଷ୍ଟ୍ରେଟ୍ ତାଙ୍କର ପିଟିସନକୁ ଖାରଜ କରି ପ୍ରଚାର-ପ୍ରସାର ଅନୁମତି ଦେବାକୁ ମନା କରିଛନ୍ତି । ସୋନି ପ୍ରଶାସନକୁ ୬ ନଭେମ୍ବରରୁ ୨୮ ନଭେମ୍ବର ପର୍ଯ୍ୟନ୍ତ ଜିଲ୍ଲାକୁ ଆସିବାକୁ ଅନୁମତି ମାଗିଥିଲେ ।

 

ପ୍ରାର୍ଥୀ ଅନିଲ ସୋନିଙ୍କ ଅପରାଧିକ ରେକର୍ଡ ଦେଖି ତାଙ୍କୁ ଜିଲ୍ଲାରୁ ବାହାର କରାଯାଇଥିଲା । ଏହା ଜାଣିବା ସତ୍ୱେ ଦଳ ତାଙ୍କୁ ଟିକେଟ୍ ଦେଲା କି ଜିଲ୍ଲାରୁ ବାହାର ହୋଇଥିବା ବ୍ୟକ୍ତିଙ୍କୁ ଆଖପାଖ ଜିଲ୍ଲାକୁ ବି ଆସିପାରିବେନି । ଅନିଲ ସୋନି ସୋସିଆଲ ମିଡିଆରେ ହିନ୍ଦୁତ୍ୱ ସଂପର୍କରେ ଭ୍ରାମାତ୍ମକ ପ୍ରଚାର କରୁଛନ୍ତି । ଏହା ସ୍ପଷ୍ଟ ଯେ, ସେ ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚାହୁଁଛନ୍ତି ।