ମଞ୍ଜିତଙ୍କ ନାଁରେ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କଲେ ସାଂସଦ ଅନୁଭବ ମହାନ୍ତିଙ୍କ ପିଏସଓ

851

କନକ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତିଙ୍କୁ ତାଙ୍କ ପଡୋଶୀ ଯୁବକ ଦୁର୍ବ୍ୟବହାର କରିବା ପ୍ରସଙ୍ଗ । କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କଲେ ଅନୁଭବ ମହାନ୍ତିଙ୍କ ପିଏସଓ । ଗତ କାଲିର ଗାଳିଗୁଲଜ ଘଟଣାରେ ଛାତ୍ର ବିଜେଡି ରାଜ୍ୟ ଉପସଭାପତି ମଞ୍ଜିତ ଦାସଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବ୍ୟକ୍ତିଗତ ନିରାପତ୍ତା ରକ୍ଷୀ ବା ପିଏସଓ । ଅନୁଭବଙ୍କୁ ମଞ୍ଜିତ ଧମକଚମକ ଦେଇଥିବା ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ।

ତେବେ ଗତ ରାତିରେ ଅନୁଭବ ମହାନ୍ତିଙ୍କ କଟକ ନନ୍ଦିସାହି ସ୍ଥିତ ବାସଭବନ ଆଗରେ ପଡ଼ୋଶୀ ଯୁବକ ମଞ୍ଜିତ ଦାସ ଗାଳି ଗୁଲଜ କରିବା ସହ ଗଣ୍ଡଗୋଳ କରିଥିଲେ । ଅନୁଭବ ମହାନ୍ତି ଘଟଣାସ୍ଥଳକୁ ଆସି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିଥିଲେ । ହେଲେ ଗଣ୍ଡଗୋଳ କରିଥିବା ଯୁବକ ଜଣଙ୍କ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳିଗୁଲଜ କରିଥିଲେ । ତେବେ ଏହି ଘଟଣା ନେଇ ଅନୁଭବ ମହାନ୍ତି ପୁଲିସଙ୍କୁ ଫୋନ୍ କରିଥିଲେ ହେଁ, ପୁଲିସ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ କରିଥିବା ନେଇ ସାଂସଦ ଟ୍ବିଟ କରିଥିଲେ ।