ଆୟକର ବିଭାଗ ସ୍କାନରରେ ବିଧାୟକ ଓ ସାଂସଦ ! ମହଙ୍ଗା ପଡିପାରେ ଆୟ ବୃଦ୍ଧି ! ସୁପ୍ରିମକୋର୍ଟରେ ମାମଲା

34

କନକ ବ୍ୟୁରୋ : ମହଙ୍ଗା ପଡିବ ଆୟ ବୃଦ୍ଧି । ବିଧାୟକ ଓ ସାଂସଦଙ୍କ ଉପରେ ନିଆଯାଇପାରେ କାର୍ଯ୍ୟାନୁଷ୍ଠାନ । ନିର୍ବାଚନ ପରେ ଆକସ୍ମିକ ଭାବେ ବିଧାୟକ ଓ ସାଂସଦଙ୍କ ଆୟବୃଦ୍ଧି ପାଇବା ପରେ ଏବେ ଆୟକର ବିଭାଗର ରାଡାରରେ ଆସିଛନ୍ତି ଏମିତି କିଛି ନେତା । ପାଖାପାଖି ୭ଜଣ ଲୋକସଭା ସାଂସଦ ଓ ୯୮ ବିଧାୟକ ଏବେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ସ୍କାନରରେ ।

ନିର୍ବାଚନ ପୂର୍ବରୁ ପାଖରେ ଯେତିକି ସମ୍ପତି ଥିଲା ନିର୍ବାଚନ ପରେ ହଠାତ ବଢ଼ିଯାଉଛି । ମାନେ ଦରମା ନୁହେଁ ସିଧାସଳଖ କିଛି ଗଫଲତି ହେଉଛି । ଦେଶରେ ଏମିତି ନେତାଙ୍କ ଲମ୍ବା ତାଲିକା ଧରି ସୁପ୍ରିମକୋର୍ଟରେ ମାମଲା କରିଛି ଲକ୍ଷେ୍ନøର ଏକ ସାମାଜିକ ସଂସ୍ଥା ଲୋକ ପ୍ରହରୀ । ଯେଉଁଥିରେ ଏଭଳି ନେତାଙ୍କ ଆୟବୃଦ୍ଧି ପଛରେ କଣ କାରଣ ରହିଛି ତାହା ବି କୁହାଯାଇଛି । ଆୟକର ଫାଙ୍କିବାର ସନ୍ଦେହ କରାଯାଇଛି ଏହି ମାମଲାରେ ।

ତେବେ ଲୋକପ୍ରହରୀ ପକ୍ଷରୁ ଆଗତ ମାମଲାରେ କୁହାଯାଇଛି ଦେଶର ପ୍ରାୟ ୨୬ ଲୋକସଭା ସାଂସଦ , ୧୧ ରାଜ୍ୟ ସଭା ସାଂସଦ ଓ ୨୫୭ ବିଧାୟକ ଏହାର ଅନ୍ତର୍ଭୁକ୍ତ ରହିଛନ୍ତିି । ମାନେ ନେତାମାନଙ୍କ ସମ୍ପତି ଓ ଆୟ ନିର୍ବାଚନ ପରେ ଆକସ୍ମିକ ଭାବେ ବୃଦ୍ଧି ପାଇଛି । ତେଣୁ ଏହାର ତଦନ୍ତ ଦାବୀ କରିଛି ସଂସ୍ଥା ।

ସୁପ୍ରିମକୋର୍ଟରେ ଏହି ମାମଲା ପହଂଚିବା ପରେ ଏହାକୁ ଗୁରୁତର ଭାବେ ନେଇଛନ୍ତି କୋର୍ଟ । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡକୁ ଏହାର ତଦନ୍ତ କରିବାକୁ କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ବୋର୍ଡ ମଧ୍ୟ ଏହାର ତଦନ୍ତ କରିଛି । ତଦନ୍ତ ରିପୋର୍ଟରେ ୭ଜଣ ଲୋକସଭା ସାଂସଦ ଓ ୯୮ ବିଧାୟକଙ୍କ ସମ୍ପତି ଓ ଆୟ ବଢ଼ିଥିବା କୁହାଯାଇଛି ।

ତେବେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଯେଉଁ ନେତାଙ୍କ ସମ୍ପତି ୫୦୦ପ୍ରତିଶତ ବୃଦ୍ଧି ପାଇଛି ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଉ । ଏହାସହ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ବା ସିବିଡିଟି ଏହି ନେତାଙ୍କ ପ୍ରତି କଣ ପଦକ୍ଷେପ ନେଇଛି ତାହା ମଧ୍ୟ ଜାଣିବାକୁ ଚାହିଁଛନ୍ତି କୋର୍ଟ । ଏସବୁ ଭିତରେ ଆସନ୍ତାକାଲି ସିବିଡିଟି ଅଭିଯୋଗ ଆସିଥିବା ନେତାଙ୍କ ଲମ୍ବା ତାଲିକା ଏକ ବନ୍ଦ ଲଫାପାରେ କୋର୍ଟରେ ଦାଖଲ କରିବେ । ଏହାପରେ ସୁପ୍ରିମକୋର୍ଟ ଏହାର ଶୁଣାଣୀ କରିପାରନ୍ତିି ।