କଲ୍ୟାଣସିଂହପୁର ଶିବ ମନ୍ଦିରରୁ ମିଳିଲା ମାଓବାଦୀଙ୍କ ପୋଷ୍ଟର : ନିୟମଗିରିକୁ ଦଲାଲଙ୍କ ହାତରେ ନ ଟେକିଦେବା ପାଇଁ ଚିଠିରେ ଉଲ୍ଲେଖ

43

କନକ ବ୍ୟୁରୋ : ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ପରେ ପୁଣି ରାୟଗଡା କଲ୍ୟାଣସିଂହପୁରର ଏକ ସ୍ଥାନୀୟ ଶିବ ମନ୍ଦିରରୁ ମିଳିଲା ମାଓପୋଷ୍ଟର । ତେବେ ଏହି ପୋଷ୍ଟରେ ସେମାନେ ସ୍ପଷ୍ଟଭାବରେ ଲେଖିଛନ୍ତି ଯେ, ସରକାର ଯେପରି ଭାବରେ ମନଇଚ୍ଛା ଭାବରେ ଟେଣ୍ଡର ପ୍ରକ୍ରିୟା କରୁଛନ୍ତି ତାହା ଆଦୈାଠିକ ନୁହେଁ । ତେଣୁ ଏହାକୁ ମାଓବାଦୀମାନେ ବିରୋଧ କରୁଛନ୍ତି । ଏହାସହ ପୋଷ୍ଟରେ ସିଧାସଳଖ ଊାବରେ ଉଲ୍ଲେଖ ରହିଛି କି ନିୟମଗିରିକୁ ଦଲାଲଙ୍କ ହାତରେ ଟେକି ଦେବାପାଇଁ ଯେଉଁ ଉଦ୍ୟମ କରାଯାଉଛି ତାହା ହେଲେ ନିୟମଗିରି ତାହାର ଅସ୍ତୀତ୍ୱ ହରାଇବ । ତେଣୁ ଏପରି କରିବା ପୂର୍ବରୁ ଚିନ୍ତା କରିବାର ଆବଶ୍ୟକତା ରହିଛି ।

 

ପୂର୍ବରୁ ମାଓବାଦୀଙ୍କ ସହିଦ ଦିବସ ପାଳନ କରୁଥିବାରୁ ରାୟଗଡାକୁ ଯାତାୟତ କରୁଥିବା ସମସ୍ତ ସରକାରୀ ବସକୁ ପରିବହନ ବିଭାଗ ପକ୍ଷରୁ ବନ୍ଦ କରାଯାଇଥିଲା । ତେବେ ପୁଣିଥରେ ମାଓବାଦୀମାନେ ରାୟଗଡାରେ ନିଜର ଉପସ୍ଥିତି ଜାହିର କରିଛନ୍ତି । ଅନେକ ସମୟରେ ଦେଖାଯାଇଛି ଯେ, ମାଓବାଦୀମାନେ ସରକାରଙ୍କ କାମକୁ ପସନ୍ଦ ନକରି ଏପରି ଭାବରେ ପୋଷ୍ଟର ମାରନ୍ତି । ତେବେ ଏପରି ପୋଷ୍ଟର ଆଜି ସକାଳୁ ହିଁ କଲ୍ୟାଣସିଂହପୁର ଅଞ୍ଚଳର ଦେଖିବାକୁ ମିଳିଛି । ଏହା ଜଣାପଡିବା ପରେ ସ୍ଥାନୀୟ ପୋଲିସ ମଧ୍ୟ ଆଲର୍ଟ ରହିଛି । ତେବେ ନିୟମଗିରି ପର୍ବତକୁ ନେଇ ମାଓବାଦୀମାନେ ଅନେକ ଥର ଏପରି ପୋଷ୍ଟର ଦେଇଥିବା ସୂଚନା ମିଳିଛି ।