ରାଜଧାନୀରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର୍ ! ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

26

କନକ ବ୍ୟୁରୋ: ମଝି ରାସ୍ତାରେ ଜଳିଗଲା କାର୍ । ଭୁବନେଶ୍ୱର ନାଲକୋ ଅଫିସ ସମୁଖରେ ଏକ ଇଣ୍ଡିଗୋ କାରରେ ହଠାତ୍ ନିଆଁଲାଗି ସମ୍ପୂର୍ଣ୍ଣ ଜଳିଯାଇଛି ।

ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ରଣପୁର ଅଂଚଳର ଭାଷ୍କର ଚନ୍ଦ୍ର ରଣା ନିଜ ଇଣ୍ଡିଗୋ କାର୍, ଗାଡି ନମ୍ବର ଓଡି-୦୨-ଜି-୮୬୩୬ ନେଇ ଏକ ବ୍ୟକ୍ତିଗତ କାମରେ ଭୁବନେଶ୍ୱର ଆସିଥିଲେ । ଡ୍ରାଇଭର ଭୋଳାନାଥ ପ୍ରଧାନ ଗାଡ଼ି ଚଳାଉ ଥିବାବେଳେ ନାଲକୋ ଛକ ନିକଟରେ କାରର ବର୍ନେଟରୁ ନିଆଁ ବାହାରିଥିଲା ।

ସଙ୍ଗେ ସଙ୍ଗେ ସେମାନେ କାରରୁ ଓହ୍ଲାଇ ପଡିଥିଲେ ଏବଂ କାରଟି ହୁତୁ ହୁତୁ ହୋଇ ଜଳିବାରେ ଲାଗିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଥିଲା । ତେବେ କେଉଁ କାରଣ ପାଇଁ କାରଟିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ଏଥିରେ କେହି ହତାହତ ହୋଇନାହାନ୍ତି ।