ଜାଣନ୍ତୁ ନେହେରୁ ଠାରୁ ମୋଦି ପର୍ଯ୍ୟନ୍ତ କେଉଁ କେଉଁ ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ମିତ ହୋଇସାରିଛି ଫିଲ୍ମ ?

225

ବର୍ଷ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିବା ଡା. ମନମୋହନ ସିଂହଙ୍କ ଉପରେ ବନିଥିବା ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ଟ୍ରେଲର ରିଲିଜ୍ ହେବା ପରେ ଚର୍ଚ୍ଚାରେ ରହିଛି । ଫିଲ୍ମରେ ମନମୋହନଙ୍କ ଭୂମିକାରେ ଅଭିନେତା ଅନୁପମ ଖେର ଦେଖାଦେବେ । ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ, ଏପର୍ଯ୍ୟନ୍ତ ଦେଶର କେଉଁ କେଉଁ ପ୍ରଧାନମନ୍ତ୍ରୀଙ୍କ ଉପରେ ଫିଲ୍ମ, କ୍ଷୁଦ୍ର ସିନେମା, ଡକ୍ୟୁମେଣ୍ଟ୍ରି ନିର୍ମିତ ହୋଇସାରିଛି କିମ୍ବା ନିର୍ମାଣ ହେବାକୁ ଅଛି । ଆରମ୍ଭ କରିବା ବର୍ଷ ୧୯୪୭ରେ ବନିଥିବା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ।

• ଜବାହର ଲାଲ ନେହରୁ : ଜବାହର ଲାଲ ନେହରୁ ୧୯୪୭ରୁ ୧୯୬୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଲେ । ତାଙ୍କ ଉପରେ ଜଣେ ଆମେରିକୀୟ ନିର୍ଦ୍ଦେଶକ A Day In The Life Of Prime Minister Nehru ନାମକ ଏକ ଡକ୍ୟୁମେଣ୍ଟ୍ରି ନିର୍ମାଣ କରିଥିଲେ । ଯାହା ପାଇଁ ନିର୍ଦ୍ଦେଶକ ନେହେରୁଙ୍କ ସହ ଜଳଖିଆ ଠାରୁ ଆରମ୍ଭ କରି ଡିନର ପର୍ଯ୍ୟନ୍ତ , ପୁରା ଦିନ ବିତାଇଥିଲେ ।

• ଲାଲ ବାହାଦୁର ଶାସ୍ତ୍ରୀ : ଲାଲ ବାହାଦୁର ଶାସ୍ତ୍ରୀ ୧୯୪୬ରେ ମେ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ । ଶାସ୍ତ୍ରୀଙ୍କ ଉପରେ ଫିଲ୍ମ ନିର୍ମାଣ କରିବାର ଘୋଷଣା କରିସାରିଛନ୍ତି ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ । ବିବେକ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି ।

• ଇନ୍ଦିରା ଗାନ୍ଧୀ : ପ୍ରଥମେ ୧୯୬୬ରୁ ୧୯୭୭ ଏବଂ ପୁଣି ୧୯୮୪ରେ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ସେ ଭାରତର ପ୍ରଥମ ଓ ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ । ତାଙ୍କ ଉପରେ ଅନେକ ଫିଲ୍ମ ହୋଇସାରିଛି । ଏଥିରେ ୧୯୭୫ରେ ଆସିଥିବା ଫିଲ୍ମ ଆନ୍ଧୀ , ୧୯୭୭ରେ କିସସା କୁର୍ସି କା, ୨୦୦୫ରେ ଆସିଥିବା ଅମୁ, ୨୦୧୬ରେ ଆସିଲା ଅକ୍ଟୋବର, ୨୦୧୭ରେ ଆସିଥିବା ଇନ୍ଦୁ ସରକାର ସାମିଲ ଅଛି ।

• ମୋରାରଜୀ ଦେସାଇ : ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ବନିଲେ । ତାଙ୍କ ଭୂମିକାକୁ ଫିଲ୍ମ Solar Eclipse: Depth of Darkness ଦେଖାଯିବ । ଏହି ଫିଲ୍ମ ହଲିଉଡ-ବଲିଉଡ ମିଶି ନିର୍ମାଣ କରୁଛନ୍ତି । ଆମେରିକାରେ ଫିଲ୍ମ ରିଲିଜ ହେବାର ତାରିଖ ୩୦ ଜାନୁୟାରୀ ୨୦୧୯ ନିର୍ଦ୍ଧାରିତ ଅଛି ।

• ରାଜୀବ ଗାନ୍ଧୀ : ୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଲେ । ତାଙ୍କ ଉପରେ ଫିଲ୍ମ ଏପର୍ଯ୍ୟନ୍ତ ନିର୍ମିତ ହୋଇନି । କିନ୍ତୁ ୨୦୧୩ରେ ଆସିଥିବା ‘ମାଦ୍ରାସ କୈଫେ’ ରେ ତାଙ୍କର ହତ୍ୟା ସମୟକୁ ଦର୍ଶାଯାଇଛି ।

• ଅଟଳ ବିହାରୀ ବାଜପେୟୀ : ୧୯୯୬ରେ ମେ ୧୬ରୁ ୧ ଜୁନ୍ ଏବଂ ୧୯୮୮ରୁ ୨୦୦୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଲେ । ଅଟଳଙ୍କ ଜୀବନ ଉପରେ ଫିଲ୍ମ ନିର୍ମାଣ କରିବାର ଘୋଷଣା ବ୍ୟାନର ସ୍ପେକ୍ଟ୍ରମ୍ ମୁଭିଜ୍ ତରଫରୁ ଡିସେମ୍ବର ୨୦୧୭ରୁ କରାଯାଇସାରିଛି । ତାଙ୍କ ଫିଲ୍ମ ବନିଲେ, ଫିଲ୍ମର ନାମ ହେବ ‘ଯୁଗପୁରୁଷ ଅଟଳ’ ।

• ନରେନ୍ଦ୍ର ମୋଦି : ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ବନିଲେ । ମୋଦିଙ୍କ ବାଲ୍ୟକାଳ ଉପରେ ୩୨ ମିନିଟର ଫିଲ୍ମ ‘Chalo Jeete Hain’ ୨୦୧୮ରେ ରିଲିଜ୍ ହୋଇଛି । କିନ୍ତୁ ଏହା ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ବାୟୋଗ୍ରାଫି ବୋଲି ଦାବି କରୁନି । ଏହି ସର୍ଟ ଫିଲ୍ମ ବ୍ୟତୀତ ଅଭିନେତା ପରେଶ ରାୱଲ ବି ମୋଦିଙ୍କ ବାୟୋପିକ୍ କୁ ପ୍ରଯୋଜନା ଓ ନିଜେ ତାଙ୍କର ଭୂମିକାରେ ଆସିବା କଥା କହିସାରିଛନ୍ତି ।