୧୮ ଦିନ ଧରି ଗୁମ୍ଫା ଭିତରେ କେମିତି ବଞ୍ଚିଥିଲା ଜୀବନ । ପରଦାକୁ ଆସିବ ଥାଇଲାଣ୍ଡ ଗୁମ୍ଫାର ରେସକ୍ୟୁ ଅପରେସନ କାହାଣୀ, ଖୁବ ଶୀଘ୍ର ଆରମ୍ଭ ହେବ ସୁଟିଂ ।

39

ଉତ୍ତରୀ ଥାଇଲାଣ୍ଡରେ ୧୨ ଜଣ ଫୁଟବଲ ଖେଳାଳୀ ଏବଂ ସେମାନଙ୍କ କୋଚଙ୍କୁ କାଳ ଗୁମ୍ଫାରୁ ସୁରକ୍ଷିତ ବାହାରକୁ ଆଣିବାର ଏହି ନାଟକୀୟ ଅଭିଜାନ ପ୍ୟୋର ଫ୍ଲିକ୍ସ ଏଣ୍ଟରଟେନମେଣ୍ଟକୁ ଆକର୍ଷିତ କରିଛି । ଏବଂ କମ୍ପାନୀ ଏହାର କାହାଣୀ ଆଧାରରେ ଫିଲ୍ମ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛି ।

୨୦୦ ରୁ ୪୦୦ କୋଟି ଟଙ୍କା ବଜେଟର ହେବ ଫିଲ୍ମ :

ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ବ୍ୟାନରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମିସେଲ ସ୍କୋଟ ମଙ୍ଗଳବାର ଫେସବୁକରେ ଏକ ଭିଡିଓ ପୋଷ୍ଟ କରି ଏବାବଦରେ ଘୋଷଣା କରିଛନ୍ତି । ତେବେ ଏହି ଫିଲ୍ମର ବଜେଟ ପାଖାପାଖି ପାଖାପାଖି ୨୦୦ ରୁ ୪୦୦ କୋଟି ଟଙ୍କା ମଧ୍ୟରେ ହେବ । ତେବେ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ରେସକ୍ୟୁ ଅପରେସନରେ ଯେଉଁଭଳି ସାହସ ଓ ପରାକ୍ରମ ଦେଖାଯାଇଛି ତାହା ବାସ୍ତବରେ ପ୍ରେରଣାଦାୟକ ଅଟେ । ଏଥିପାଇଁ ସେ ଚଳଚିତ୍ର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ସେ କହିଛନ୍ତି ରେସକ୍ୟୁ ଅପରେସନରେ ସାମିଲ ଥିବା ପାଖାପାଖି ୯୦ ଉଦ୍ଧାରକାରୀ ଏବଂ ଫସିରହିଥିବା କିଛି ପିଲାଙ୍କର ପରବାରବର୍ଗଙ୍କ ସହ ସେ କଥାବାର୍ତ୍ତା ହୋଇଛନ୍ତି । କିନ୍ତୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କାରଣରୁ ସେହି ଫୁଟବଲ ଖେଳାଳୀ ମାନଙ୍କ ସହ ତାଙ୍କର ସାକ୍ଷାତ ହୋଇପାରିନାହିଁ । ସେ କହିଛନ୍ତି ଏହା କେବଳ ଏକ ଫିଲ୍ମ ନୁହେଁ ବରଂ ଅପରେସନ ସମୟରେ ଯେଉଁ ସୈନିକମାନେ ଏଥିରେ ପ୍ରାଣ ହରାଇଛନ୍ତି ଏହି ଫିଲ୍ମ ତାଙ୍କ ପାଇଁ ସମ୍ମାନ ରୂପେ କରାଯାଉଛି । ସୂଚନା ଅନୁଯାୟୀ, ଜୁଲାଇ ୧୦ ତାରିଖରେ ବଲିଉଡ ଆକ୍ଟର ରିଷି କାପୁର ଟ୍ୱିଟ୍ କରି ଫିଲ୍ମ ନିର୍ମାଣ କଥା କହିଥିଲେ ।