ଇଂଟରନେଟ୍ ଦୁନିଆରେ ଧମାକା ! ୧୦ ସେକେଣ୍ଡରେ ଡାଉନଲୋଡ଼୍ ହେବ ପୁରା ସିନେମା

27

ପିଲାଠୁ ବୁଢ଼ା ଯାଏଁ ଆଜିକାଲି ସମସ୍ତେ ଇଟରନେଟ୍ ବ୍ୟବହାର କରୁଛନ୍ତି । ସମୟ ଏପରି ହୋଇଛି ଯେ ବିନା ଇଂଟରନେଟରେ ଗୋଟିଏ ବି ଦିନ ଅତିବାହିତ କରିବା ଅସମ୍ଭବ ହୋଇ ପଡ଼ୁଛି । ତେବେ ପ୍ରାୟ ସମୟରେ ସମସ୍ତଙ୍କର ଅଭିଯୋଗ ରହୁଛି କି ଇଟରନେଟର ବେଗ ବହୁତ କମ ରହୁଛି । ଆଉ ଭାରତରେ ଏପରି ଅସୁବିଧା ଅଧିକ ଦେଖା ଦେଉଛି । ଟଙ୍କା ଖର୍ଚ୍ଚ କଲେ ମଧ୍ୟ ଆମେ ଉଚିତ ସେବା ପାଇ ପାରୁନୁ । ସବୁଠାରୁ ବଡ଼ କଥା ହେଲା କମ ଟଙ୍କାରେ ଅଧିକି ବେଗରେ ଇଂଟରେନଟ୍ ଚଳାଇବା ପାଇଁ ସମେସ୍ତ ଚାହାନ୍ତି । କିନ୍ତୁ ଇଂଟରନେଟର ବେଗ ଯୋଗୁଁ ଲୋକେ ଏବେ ବିରକ୍ତ ହେଉଛନ୍ତି । ସମସ୍ତଙ୍କର କିଛି ନାଁ କିଛି ଅଭିଯୋଗ ରହୁଛି । ତେବେ ଏବେ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ । କାରଣ ଏବେ ଏକ ଟେଲିକମ୍ କମ୍ପାନି ଆପଣଙ୍କ ପାଇଁ କିଛି ଖାସ୍ ଉପହାର ନେଇକି ଆସିଛି । ଯାହାଦ୍ୱାରା ଆପଣ ମାତ୍ର ୧୦ ସେକେଣ୍ଡରେ ପୁରା ସିନେମା ଡାଡ଼ନଲୋଡ଼୍ କରିପାରିବେ ।

ବିଶ୍ୱାସ ହେଉନି ନାଁ । କିନ୍ତୁ ଏକଥା ବିଲକୁଲ ସତ । ଟେଲିକମ ଅପରେଟର୍ସ ଭୋଡ଼ାଫୋନ୍ ନିଜର ନୂତନ ସେବା YOU Broadband ଲଂଚ କରିଛି । ଏହା ୱାଇ ଫାଇ ବ୍ରଡ଼ବ୍ୟାଣ୍ଡ ସେବା ଅଟେ । ଯାହା ରାଉଟର ଜରିଆରେ ଗ୍ରାହକଙ୍କୁ ଯୋଗାଇ ଦିଆଯିବ । ଏହି ସେବାକୁ ୯୯୯ ଟଙ୍କାରେ ଦୁଇଟି ଭିନ୍ନ ଭିନ୍ନ ଯୋଜନା ସହ ଲଂଚ କରାଯାଇଛି । ଯୋଜନା ଅନୁସାରେ କମ୍ପାନି ଗୋଟିଏ ୧୦୦ଏମବିପିଏସ୍ ଓ ଅନ୍ୟଟି ୨୦ ଏମବିପିଏସ୍ ବେଗ ପ୍ରଦାନ କରୁଛି । ଏହି ସେବା ଗ୍ରାହକଙ୍କୁ ପ୍ରଥମେ ୨ ମାସ ପାଇଁ ମାଗଣା ଯୋଗାଇ ଦିଆଯିବ । କିନ୍ତୁ ମାଗଣା ସେବାର ଲାଭ ଉଠାଇବା ପାଇଁ ୧୨ ମାସର ଯୋଜନା ନେବାକୁ ପଡ଼ିବ । କନେକ୍ସନ ଓ ଇନଷ୍ଟୋଲେସନ୍ ପାଇଁ ଗ୍ରାହକଙ୍କୁ ୯୯୯ ଟଙ୍କା ଦେବାକୁ ପଡ଼ିବ । ଏଥିରେ ମାଗଣା ୱାଇ ଫାଇ ରାଉଟର ଦିଆଯିବ । କମ୍ପାନିର ଏକ ଯୋଜନାରେ ୧୦୦ ଏମବିପିଏସ୍ ଡାଇନଲୋଡ଼୍ ବେଗ ଉପଲବ୍ଧ କରାଉଛି । ଏହାର ଅର୍ଥ କୌଣସି ସିନେମା ଯଦି ୧ ଜିବି ଥାଏ, ତେବେ ତାହା ମାତ୍ର ୧୦ ସେକେଣ୍ଡରେ ଡାଇନଲୋନ୍ ହୋଇଯିବ ।