ଇଂରେଜଙ୍କ ବିରୋଧରେ ଗାନ୍ଧିଙ୍କ ଆଇନ ଆମାନ୍ୟ ଆନ୍ଦୋଳନ ଡାକରା

486

ଭାରତୀୟ ଜାତୀୟ କଂଗ୍ରେସ ଲାହୋର ଅଧିବେଶନରେ ଐତିହାସିକ ଆଇନ ଅମାନ୍ୟ ଆନ୍ଦୋଳନ ପନ୍ଥା ଗ୍ରହଣ କରିବା ପାଇଁ ଯୁଗାନ୍ତକାରୀ ସିଦ୍ଧାନ୍ତ ଗ୍ରହଣ କରିବାପରେ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏକ ଗୈାରବ ମଣ୍ଡିତ ଅଧ୍ୟାୟ ଉନ୍ମୋଚିତ ହୋଇଥିଲା । ମହାତ୍ମାଗାନ୍ଧୀ ପୁନର୍ବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇ ଆଇନ ଅମାନ୍ୟ ଆନ୍ଦୋଳନକୁ ଆହୁରୀ ତୀବ୍ର କରିବା ସହ ଏହି ଆନ୍ଦୋଳନରେ କିପରି ଭାବରେ ଲୋକମାନେ ଅଧିକରୁ ଅଧିକ ଭାବରେ ଯୋଗଦେବେ ସେନେଇ ଭାରତର ଲୋକମାନଙ୍କୁ ଆହ୍ୱାନ କରିଥିଲେ । ମହାତ୍ମାଗାନ୍ଧି ଏହି ଆନ୍ଦୋଳନକୁ ଏକ ପ୍ରକାର ଅସହଯୋଗ ଆନ୍ଦୋଳନ ରୂପେ ପରିଗଣିତ କରିବା ପାଇଁ କହିଥିଲେ । ଗାନ୍ଧି  ଆନ୍ଦୋଳନକୁ ୨ ଥର ପ୍ରବର୍ତ୍ତନ କରିଥିଲେ । ପ୍ରଥମ ଥର ୧୯୩୦ ମସିହାରେ ଏହି ଆନ୍ଦୋଳନରେ ଜନସାଧାରଣ ଅଂଶଗ୍ରହଣ କରିଥିଲେ । ତେଣୁ ଏହି ଆନ୍ଦୋଳନକୁ ଆଇନ ଅମାନ୍ୟ ଆନ୍ଦୋଳନରେ ନାମିତ କରାଗଲା । ତେବେ ଅନ୍ୟଟି ଥିଲା ୧୯୪୦ ମସିହାରେ । ଏହି ଆନ୍ଦୋଳନରେ କେବଳ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ତେଣୁ ଏହାକୁ କେହି କେହି ବ୍ୟକ୍ତିଗତ ଆଇନ ଅମାନ୍ୟ ଆନ୍ଦୋଳନ କୁହାଯାଏ ।

ଜଣେ ଦୂରଦ୍ରଷ୍ଟା ଜନନାୟକ ହିସାବରେ ଗାନ୍ଧିଜୀ ଏପରି ଏକ ଆନ୍ଦୋଳନପାଇଁ ଆହ୍ୱାନ ଦେବା ପୂର୍ବରୁ ଏହି ଆନ୍ଦୋଳନରେ ଯଥାର୍ଥତା ଅଛି କି ନାହିଁ ତାହା ଜାଣିବା ନିମନ୍ତେ ତତ୍କାଳୀନ ରାଜନୈତିକ ପରିସ୍ଥିତିକୁ ଗଭୀର ଭାବରେ ଅନୁଧ୍ୟାନ କରିଥିଲେ । ବିଭିନ୍ନ ଦିଗରୁ ପରୀକ୍ଷା- ନିରୀକ୍ଷା କରି ଏପରି ଏକ ଆନ୍ଦୋଳନର ଯଥାର୍ଥତା ରହିଛି ବୋଲି ତାଙ୍କର ଦୃଦୟଙ୍ଗମ ହୋଇଥିଲା । ସେ ଦେଖିଥିଲେ ଯେ ଇଂରେଜ ସରକାର କେବେ ହେଲେ ରାଜନୈତିକ ସମାଧାନ କରିବେ ନାହିଁ । ତେଣୁ ସେମାନଙ୍କ ସହ ଲଢିବା ପାଇଁ ଏହା କରାଯାଇଥିବା ଇତିହାସରୁ ସୂଚନା ମିଳିଛି । ତେବେ ଗାନ୍ଧିଜୀ ଭାରତର ଲୋକମାନଙ୍କୁ ଏକତ୍ରିତ କର କିପରି ଭାବରେ ଲୋକମାନେ ଇଂରେଜମାନଙ୍କ ବିରୋଧରେ ସରୋଉତ୍ତଳନ କରିବେ ଯେଉଁଥିରେ କି ସେମାନେ ଭାରତକୁ ସ୍ୱାଧୀନତା ଦେବେ ସେଥିପାଇଁ ଗାନ୍ଧିଜୀ ଅନେକ ବାଟ ମଧ୍ୟ ଅତିକ୍ରମ କରିଥିଲେ । ଇଂରେଜମାନେ ଭାରତରେ ଯେଉଁ ଆଇନ ବା ନିୟମ ପ୍ରଣୟନ ଇଂରେଜମାନେ କରୁଥିଲେ ତାହାକୁ କିପରି ଭାବରେ ଦୂର କରାଯିବ ତାହାହିଁ ଗାନ୍ଧିଜୀଙ୍କର ମୁଖ୍ୟ ଚିନ୍ତାଧାରା ଥିଲା ।

ମୁଖ୍ୟତଃ କହିବାକୁ ଗଲେ ସାରା ଭାରତରେ ଗାନ୍ଧିଜୀ ଏକ ଆନ୍ଦୋଳନର ଡାକରା ଦେଇଥିଲେ ଯେଉଂଥିରେ କି ଅନେକ ଲୋକ ଗାନ୍ଧିଙ୍କ ଆନ୍ଦୋଳନ ଡାକରାରେ ସାମିଲ ହୋଇ ଭାରତର ସ୍ୱାଧୀନତା ପାଇଁ ଇଂରେଜମାନଙ୍କ ସହ ଆନ୍ଦୋଳନ କରିଥିଲେ । କେବଳ ଏତିକି ନୁହେଁ ଓଡିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ୧୯୩୦ ମସହା ମାର୍ଚ୍ଚ ୧୬ ତାରିଖରେ ବାଲେଶ୍ୱରରେ ଆୟୋଜିତ ଏକ ବୈଠକରେ ମିଳିତ ହୋଇ ଓଡିଶାରେ ଲବଣ ସତ୍ୟାଗ୍ରହ କରାଯାଇ ଥିବା ଜଣାପଡେ । ଏହି ଗଣଆଇନ ଅମାନ୍ୟ ଆନ୍ଦୋଳନରେ ଅନେକ ଲୋକ ଗିରଫ ହୋଇଥିବା ମଧ୍ୟ ଜଣାପଡେ । ତେବେ ଇଂରେଜମାନଙ୍କ ବିପକ୍ଷରେ ଗାନ୍ଧି ଯେଉଁ ଆନ୍ଦୋଳନ କିରିଥିଲେ ତାହା ଶତପ୍ରତିଶତ ସଫଳ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ମାନେ କହନ୍ତି ।